ରାଜନୀତି

୨୦ରେ ପୁରୀରେ ରୋଡ୍‌ ସୋ’ କରିବେ ମୋଦୀ: ୧୫ରେ ଅମିତ ଶାହ, ୧୭ରେ ନଡ୍ଡା ଆସୁଛନ୍ତି – Kalinga News

[ad_1]

ଭୁବନେଶ୍ବର: ଏଥର ଓଡ଼ିଶାରେ ସରକାର ବଦଳାଇବା ଯୋଜନାରେ ଥିବା ବିଜେପି ନିର୍ବାଚନୀ ପ୍ରଚାରରେ କୌଣସି ପ୍ରକାରର ଊଣା କରୁନି। ଦଳର ସବୁ ହେଭିୱେଟ୍ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଦେଇଛି। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ପୂରା ଜୋର୍‌ ଲଗାଇ ଦେଇଛନ୍ତି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସି ୫ଟି କାର୍ଯ୍ୟକ୍ରମ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। କେବଳ ମୋଦୀ ନୁହେଁ, ‌ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ‌ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୨୦ତାରିଖ ସକାଳେ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ମୋଦୀଜୀ ଏକ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦୀ କଟକ ଓ ଅନୁଗୁଳ ଜିଲ୍ଲାରେ ଜନସଭାକୁ ସମ୍ବୋଧନ କରିବେ। ପୂର୍ବରୁ ମୋଦୀ ଦୁଇ ଥର ଯାକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏଥର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମେ’ ୧୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ସଭା କରିବେ। ୧୭ରେ ‌ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଏହାବାଦ୍ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମେ’ ୧୪ରେ ଓଡ଼ିଶା ଗସ୍ତରେ ଆସିବେ। ସେ ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ହୋଟେଲ ସ୍ବସ୍ତି ପ୍ରିମିୟମକୁ ଯିବେ। ସେଠାରେ ‘ବିଶେଷ ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ ତାହା ସ୍ଥିର ହୋଇନି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button