ଅପରାଧ

ଝାଡ଼ଖଣ୍ଡରେ ବିଦେଶୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ: ସ୍ୱାମୀଙ୍କ ସହ ବାଇକ୍‌-ଭ୍ରମଣରେ ଆସିଥିଲେ – Kalinga News

[ad_1]

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହଂସଡିହା ଥାନା ଅନ୍ତର୍ଗତ କୁରୁମହାଟରେ ଏହି ଘଟଣା ଘଟିଛି। ୭ ଜଣ ଏହି ଅପରାଧ ଘଟାଇଥିବା ବେଳେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ପେନୀୟ ମହିଳା ଓ ତାଙ୍କ ସ୍ୱାମୀ ବାଇକ୍‌ରେ ଭ‌ାରତ ଭ୍ରମଣ କରୁଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ଝାଡ଼ଖଣ୍ଡ ଦୁମକାର କୁଞ୍ଜି ଗାଁରେ ପହଞ୍ଚିଥିଲେ। ସଂଧ୍ୟା ହେବାରୁ ତମ୍ବୁ ଟାଣି ସେଠାରେ ବିଶ୍ରାମ ନେଇଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ବିଦେଶିନୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ୭ ଜଣ ଥିଲେ ବୋଲି ଅଭିଯୋଗ ହୋଇଛି। ଦୁମକା ଏସ୍‌ପି ପୀତାମ୍ବର ସିଂହ ଖଇରୱାଡ଼ଙ୍କ କହିବା ଅନୁସାରେ ଗଣଦୁଷ୍କର୍ମର ଶିକାର ହେବା ପରେ ଏହି ଦମ୍ପତି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ଆଗରେ ସବୁ କଥା କହିଥିଲେ।

ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି, ଫରେନସିକ୍ ବିଶେଷଜ୍ଞଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ଏବଂ ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି ବୋଲି ଖଇରୱାଡ଼ କହିଛନ୍ତି। ମହିଳା ଓ ତାଙ୍କ ସ୍ୱାମୀ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେମାନେ ଏସିଆ ଭ୍ରମଣରେ ବାହାରିଥିଲେ। ସେମାନେ ବାଂଲାଦେଶ ଯାଇଥିଲେ। ଝାଡ଼ଖଣ୍ଡରୁ ବିହାର ଦେଇ ନେପାଳ ଯିବାକୁ ଯୋଜନା କରୁଥିଲେ। ସ୍ପେନର ଏହି ମହିଳା ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୁଲିସ ବିଳମ୍ବିତ ରାତିରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସୟମ‌େର ସେମାନେ ଅପରାଧ ସ୍ବୀକାର କରିଥିଲେ। ସେମାନେ ଦେଇଥିବା ବୟାନ ଅନୁସାରେ ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣଙ୍କୁ ଗିରଫ କରିବା ଲାଗି ପୁଲିସ ବିଭିନ୍ନ ସ୍ଥାନ‌େରେ ଚଢ଼ଉ ଜାରି କରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button