ନୂଆ ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଟ୍ରକ୍ ଚାଳକ ୨୫୦ ଫୁଟର ମୋବାଇଲ୍ ଟାୱାର ଉପରକୁ ଚଢ଼ିଲେ – Kalinga News

[ad_1]
କୋଟ୍ କପୁରା: ନୂତନ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଆଇନରେ ହିଟ୍ ଆଣ୍ଡ ରନ୍ ମାମଲାରେ କରା ଯାଇଥିବା ନୂଆ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ପଞ୍ଜାବର ଜଣେ ଟ୍ରକ୍ ଡ୍ରାଇଭର ଫରିଦକୋଟ ଜିଲ୍ଲାର କୋଟ୍ କପୁରାରେ ଥିବା ୨୫୦ ଫୁଟ୍ ଉଚ୍ଚର ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରକ୍ ଚାଳକଙ୍କ ନୂଆ ହିଟ୍ ଆଣ୍ଡ ୍ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବାର କିଛି ଦିନ ପରେ ଏହି ଘଟଣା ଘଟିଛି।
ଏ ସଂପର୍କରେ କୋଟ କପୁରାର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶମଶେର ସିଂହ ଗିଲ୍ ଗଣମାଧ୍ୟମକୁ କହିଛନ୍ତି ଯେ ଡ୍ରାଇଭର କୁଲବିନ୍ଦର ସିଂହ ମଙ୍ଗଳବାର ଟାୱାର ଚଢ଼ିବା ପୂର୍ବରୁ ମଦ ପିଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ କର୍ମଚାରୀଙ୍କ ଅନେକ ବୁଝାସୁଝା ସତ୍ତ୍ୱେ ସେ ତଳକୁ ଓହ୍ଲାଇବାକୁ ମନା କରି ଦେଇଥିଲେ ଏବଂ ଟାୱାର ଉପରୁ ନୂଆ ଆଇନ ପ୍ରତ୍ୟାହାର କରାଯାଉ ବୋଲି ଚିତ୍କାର କରିଥିଲେ ବୋଲି ଗିଲ୍ କହିଛନ୍ତି।
ତେବେ, ସନ୍ଧ୍ୟାରେ ସିଂହ ଟାୱାର ଉପରୁ ତଳକୁ ଓହ୍ଲାଇଥିଲେ। ଡିଏସପି କହିଛନ୍ତି ଯେ ସିଂହ ସକାଳୁ ଶୀତ ଲହରୀ ମଧ୍ୟରେ ଟାୱାର ଉପରେ ଥିବାରୁ ତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଯାଇଥିଲା।
ହିଟ୍ ଆଣ୍ଡ ରନ୍ ମାମଲାରେ କଠୋର ଆଇନ ଅନୁଯାୟୀ ଜେଲ୍ ଓ ଜରିମାନାକୁ ବିରୋଧ କରି ଟ୍ରକ୍, ବସ୍ ଓ ଟ୍ୟାଙ୍କର ଚାଳକମାନେ ଜାନୁଆରି ୨ ତାରିଖରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ, ନୂତନ ଆଇନ କାର୍ଯ୍ୟକାରୀ କରିବା ପୂର୍ବରୁ ସେମାନଙ୍କ ପ୍ରତିନିଧିତ୍ୱ କରୁଥିବା ପରିବହନ ସଂସ୍ଥା ସହ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଜାନୁଆରି ୩ ତାରିଖରେ ଡ୍ରାଇଭରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ।
[ad_2]