ଅପରାଧ

ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ – Kalinga News

[ad_1]


ରାଉରକେଲା: ଲହୁଣିପଡ଼ା ଥାନା ଅଧୀନ ତାଳବାହାଳି ପଞ୍ଚାୟତ ବୁଢ଼ାଭୂଇଁ ଗ୍ରାମରେ ବୃଦ୍ଧ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ମୁତାବକ ବୁଢାଭୂଇଁ ଗ୍ରାମର ଫ୍ରାନସିସ୍‌ ଓରାମ(୬୨)ଙ୍କର ୩ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ସମସ୍ତ ପୁଅ ଝିଅଙ୍କ ବିବାହ ସରିଥିବାବେଳେ ଜମି ଭାଗବଣ୍ଟାକୁ ନେଇ ବାପା ଫ୍ରାନସିସ୍‌ ଏବଂ ବଡ଼ ପୁଅ ପାତ୍ରାସ ଓରାମ (୩୫)ଙ୍କ ସହ ପ୍ରାୟ ସମୟରେ ଝଗଡ଼ା ଲାଗିଥାଏ। ଗତକାଲି ଦିନ ବେଳେ ମଧ୍ୟ ଜମି କଥାକୁ ନେଇ ବାପା ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ରାତି ପ୍ରାୟ ସାଢେ ୧୨ ଟା ସମୟରେ ଭୀଷଣ ଗରମ ଯୋଗୁ ପାତ୍ରାସ ଘର ବାହାରେ ​ଶୋଇପଡ଼ିଥିଲେ। ଏତିକିବେଳେ ଫ୍ରାନସିସ୍ ଏକ ଟାଙ୍ଗିଆରେ ପାତ୍ରାସର ମୁଣ୍ଡରେ ଚୋଟ ପରେ ଚୋଟ ମାରିଚାଲିଥିଲା। ପାତ୍ରାସ ନିଦରେ ଶୋଇପଡ଼ିଥିବାରୁ ପ୍ରତିରୋଧ ପାଇଁ ମଧ୍ୟ ସୁଯୋଗ ପାଇ ନଥିଲେ ଏବଂ ଘଟଣାସ୍ଥଳରେ ହିଁ ଗଁ ଗଁ ଶବ୍ଦ କରି ମୃତ୍ୟୁ ​ହୋଇଥିଲା। ଘଟଣା ପରେ ବାପା ଫ୍ରାନ୍‌ସିସ୍‌ ଥାନାରେ ଆସି ଆତ୍ମସମର୍ପଣ କରିଥିଲା। ମୃତ ପାତ୍ରାସ ଓରାମଙ୍କର ୨ ନାବାଳକ ପୁଅ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲା। ସାଇଣ୍ଟିଫିକ୍‌ ଟିମର ସରଜମିନ ତଦନ୍ତ ପରେ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button