‘୧୫ ସେକେଣ୍ଡ୍..’କୁ ନେଇ ଝଡ଼: ନବନୀତଙ୍କ ଆହ୍ବାନ ପରେ ଅୱେସି କହିଲେ ‘ଏକ ଘଣ୍ଟା ନିଅ’ – Kalinga News

[ad_1]
ହାଇଦ୍ରାବାଦ: ହାଇଦ୍ରାବାଦ ଲୋକସଭା ଆସନରେ ଏବେ ପ୍ରଚାର ଚରମରେ ପହଞ୍ଚିଥିବା ବେଳେ ବିଜେପି ଏବଂ ଏଆଇଏମ୍ଆଇଏମ୍ ନେତାଙ୍କ ବିବାଦୀୟ ଭାଷଣ ଚର୍ଚ୍ଚାରେ ରହିଛି। ବିଜେପିର ଅମରାବତୀ ଲୋକସଭା ପ୍ରାର୍ଥୀ ନବନୀତ ରାଣା ହାଇଦ୍ରାବାଦରେ ଆକବରୁଦ୍ଦିନ ଅୱେସି ଓ ତାଙ୍କ ଭାଇ ଅସଦୁଦ୍ଦିନ ଅୱେସିଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଯଦି ପୁଲିସକୁ ୧୫ ସେକେଣ୍ଡ ପାଇଁ କାର୍ଯ୍ୟରୁ ହଟାଇ ଦିଆଯାଏ, ତେବେ ଦୁଇ ଭାଇ ଜାଣିପାରିବେ ନାହିଁ ଯେ ସେମାନେ କେଉଁଠୁ ଆସିଥିଲେ ଓ କେଉଁଠିକି ଗଲେ। ୨୦୧୯ରେ ଅମରାବତୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ରାଣା ବିଜେପିର ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କ ପାଇଁ ପ୍ରଚାର ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦୧୩ରେ ଆକବରୁଦ୍ଦିନ ଅୱେସି କହିଥିଲେ ଯେ ଯଦି ୧୫ ମିନିଟ୍ ପାଇଁ ପୁଲିସକୁ ହଟାଇ ଦିଆଯାଏ ତେବେ ଆମେ (ମୁସଲମାନ) ୧୦୦ କୋଟି ହିନ୍ଦୁଙ୍କୁ ନିପାତ କରିଦେବୁ। ଏହି ବୟାନକୁ ସ୍ମରଣ କରାଇ ରାଣା କହିଛନ୍ତି ‘ସାନ ଭାଇ କହନ୍ତି ୧୫ ମିନିଟ୍ ପାଇଁ ପୁଲିସକୁ ହଟାଇ ଦିଅ, ତା’ପରେ ଆମେ ସେମାନଙ୍କୁ ଦେଖାଇଦେବୁ ଯେ ଆମେ କ’ଣ କରିପାରିବୁ। ମୁଁ ସେମାନଙ୍କୁ କହିବାକୁ ଚାହୁଛି: ପ୍ରିୟ ସାନ ଭାଇ, ୧୫ ସେକେଣ୍ଡ ପାଇଁ ପୁଲିସ ହଟାଇ ଦିଅ, ତା’ପରେ ତୁମେ ଜାଣିପାରିବ ନାହିଁ ଯେ ତୁମେମାନେ କେଉଁଠାରୁ ଆସିଥିଲ ଏବଂ କେଉଁଠାକୁ ଗଲ। ବିଜେପି ମାଧବୀ ଲତାଙ୍କୁ ହାଇଦ୍ରାବାଦରୁ ୪ ଥର ଲୋକସଭା ସାଂସଦ ଥିବା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି। ଅୱେସି ୨୦୦୪ରୁ ହାଇଦ୍ରାବାଦ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି।
ରାଣାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଅସଦୁଦ୍ଦିନ ଅୱେସି କହିଛନ୍ତି, ସେମାନେ ୧୫ ସେକେଣ୍ଡ ନୁହେଁ, ଏକ ଘଣ୍ଟା ସମୟ ନିଅନ୍ତୁ। ଆମେ ଭୟଭୀତ ନୁହଁ, ଆମେ ମଧ୍ୟ ଦେଖିବାକୁ ଚାହୁଛୁ ଯେ ତୁମ ଭିତରେ କେତେ ମାନବିକତା ରହିଛି। ଏଆଇଏମ୍ଆଇଏମ୍ ନେତା ୱାରିସ ପଠାନ କହିଛନ୍ତି ଯେ ନବନୀତ ରାଣାଙ୍କ ବୟାନ ସୂଚାଉଛି ଯେ ସେ ଅମରାବତୀରେ ନିର୍ବାଚନ ହାରିବାକୁ ଯାଉଛନ୍ତି। ତାଙ୍କୁ ଏକ ଝଟକା ଲାଗିଛି ଏବଂ ସେଥିପାଇଁ ସେ ଏସବୁ କହୁଛନ୍ତି। ପୁଲିସ କିମ୍ବା ନିର୍ବାଚନ ଆୟୋଗ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ସେମାନେ (ବିଜେପି) ଧ୍ରୁବୀକରଣ ଓ ସାମ୍ପ୍ରଦାୟିକ ବିଶୃଙ୍ଖଳା ପାଇଁ ପ୍ରୟାସ କରୁଛନ୍ତି। ଏଆଇଏମ୍ଆଇଏମ୍ ସାଂସଦ ଇମତିଆଜ୍ ଜଲିଲ୍ ରାଣାଙ୍କ ମନ୍ତବ୍ୟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇ କହିଛନ୍ତି, ଆମ ପାଖରେ ଅନାବଶ୍ୟକ କାମ ପାଇଁ ସମୟ ନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ବିଜେପି ସମାଜରେ ଘୃଣାର ବିସ୍ତାର କରୁଥିବା ଅଭିଯୋଗ କରିଛନ୍ତି। ବିଜେପିର ସମସ୍ତ ନେତା ନିର୍ବାଚନରେ ଏପରି କରୁଛନ୍ତି ବୋଲି ସେ କହିଛନ୍ତି।
[ad_2]