ରାଜନୀତି

ରାଜନୈତିକ ରାଲିରେ ଯୋଗଦେଇ ବଳି ପଡ଼ିଲେ କିରାଣି, ଜିଲ୍ଲାପାଳ କଲେ ନିଲମ୍ବନ – Kalinga News

[ad_1]

କଣ୍ଟାମାଳ: ବୌଦ୍ଧ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦ ସତ୍ୱେ ଜିଲ୍ଲାରେ ଜଣେ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ହେଉଥିବା ଦେଖାଯାଉଛି। ଏହାରି ମଧ୍ୟରେ କେବଳ ଶିକ୍ଷା ବିଭାଗର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ରାଜନୈତିକ କାର୍ଯ୍ୟ କଳାପରେ ସାମିଲ ଯୋଗୁଁ ନିଳମ୍ବିତ ଓ ବଦଳି କରାଯାଇଛି। ସମାନ ଅଭିଯୋଗରେ ପୂର୍ବରୁ ତିନିଜଣ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଏକ ରାଜନୈତିକ ରାଲିରେ ସାମିଲ ହେବା ଯୋଗୁଁ ଆଜି ଆଉ ଜଣେ ଜୁନିୟର କିରାଣିଙ୍କୁ ଜିଲ୍ଲାପାଳ ନିଳମ୍ବିତ କରିଥିବା ଜଣାଯାଇଛି।

ସୂଚନା ମୁତାବକ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର ଲମ୍ବସରୀ ଗ୍ରାମରେ ଥିବା ରାଧାମାଧବ ଉଚ୍ଚ ବିଦ୍ୟାଳୟର ଜୁନିୟର କିରାଣି ସତ୍ୟନାରାୟଣ ଦନ୍ତା ଏକ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣାପଡିବା ପରେ ଜିଲ୍ଲାପାଳ ତାଙ୍କୁ ଆଜି ନିଳମ୍ବନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button