ରାଜନୀତି

ବିଜେଡିରେ ମିଶିଲେ ବ୍ରହ୍ମପୁରର ୪ ବିଜେପି କର୍ପୋରେଟର – Kalinga News

[ad_1]

ଭୁବନେଶ୍ବର: ଆଜି ବ୍ରହ୍ମପୁର ମହାନଗର ନିଗମର ୪ଜଣ କର୍ପୋରେଟର ୱାର୍ଡ-୨୦ର ରଞ୍ଜିତା ବେହେରା, ୱାର୍ଡ-୨୧ର ଡି.କରୁଣାକର, ୱାର୍ଡ-୨୨ର ପ୍ରଦୀପ କୁମାର ଶତପଥୀ ଏବଂ ୱାର୍ଡ-୨୭ର ନୀଳକଣ୍ଠ ସାହୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ସେମାନଙ୍କୁ ଉପଢୌକନ ଦେଇ ଦଳକୁ ସ୍ବାଗତ କରିଥିଲେ। ଏହି ୪ କର୍ପୋରେଟରଙ୍କ ଯୋଗଦାନ ଫଳରେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲାରେ ବିଜେଡିର ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମଙ୍ଗରାଜ ଓ ଶ୍ରୀ ପାତ୍ର କହିଛନ୍ତି।

ବିଜେଡିରେ ଯୋଗଦେବା ପରେ ୪ କର୍ପୋରେଟର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା ଆମେ ବିଜେପି ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲୁ। ହେଲେ ଯେଉଁ ଦଳ ପାଇଁ ଆମେ ଏତେ କଷ୍ଟ କଲୁ ସେ ଦଳ ଆମକୁ ଅଣଦେଖା କଲା। ଗରିବ ଯୁବକଯୁବତୀଙ୍କ ଠାରୁ ଚାକିରି ନାଁରେ ଠକେଇ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି। ଏହାକୁ ଆମେ ବିରୋଧ କରି ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଛୁ। ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକ, ନୃସିଂହ ସେଠୀ ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button