ଅପରାଧ

ତୁରେକେଲାରେ ବିପୁଳ କଫ ସିରପ୍‌ ଓ ନିଶା ଔଷଧ ଜବତ: ୨ ଗିରଫ – Kalinga News

[ad_1]

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ଲାଠୋର ଅଞ୍ଚଳରେ ଅନେକ ସମୟରେ ନିଶା ବେପାରୀଙ୍କୁ ଠାବ କରିଛି ତୁରେକେଲା ଥାନା ପୁଲିସ। ନିର୍ବାଚନ ପାଇଁ ପୁଲିସ୍‌ ପେଟ୍ରୋଲିଂ କରୁଥିବା ବେଳେ ନିଶା ବ୍ୟବସାୟୀଙ୍କ ଗତିବିଧି ସଂପର୍କରେ କୌଣସି ସୁତ୍ରରୁ ଖବର ପାଇ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର କଫ ସିରପ୍‌ ଓ ନିଶା ବଟିକା ଜବତ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ତୁରେକେଲା ଥାନା ମଲିକଦର ଗାଁର ବନମାଳି ଖର୍ସେଲ ଓ ପାଟଣାଗଡ଼ର କ୍ଷମାନିଧି ମେହେର।

ପୁଲିସ ସୂଚନାନୁସାରେ ଗତକାଲି ପାଟ୍ରୋଲିଂ ବେଳେ ନିଶା ବେପାର ସଂପର୍କରେ ଖବର ମିଳିଥିଲା। ଫଳରେ ପୁଲିସ୍‌ ଟିମ୍‌ ତୁରେକେଲା-ଲାଠୋର ରସ୍ତାର ଲାନ୍ଥ ନଦୀ ପୋଲ ନିକଟରେ ଏକ ବାଇକ୍‌ରେ ଥିବା ବନମାଳି ଓ କ୍ଷମାନିଧିକୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୪୪ ବୋତଲ ବେଆଇନ କଫ ସିରପ୍‌, ୬୫ ଷ୍ଟ୍ରିପ୍‌ ନିଶା ବଟିକା, ବାଇକ୍‌, ଏକ କାର୍‌, ୨ଟି ମୋବାଇଲ୍‌ ଫୋନ୍‌ ଓ ନଗଦ ୨୬ ଶହ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଗୌରଚରଣ ସାହୁ ସୂଚନା ଦେଇଛନ୍ତି।

ନିଶା ବେପାରୀଙ୍କ ମଧ୍ୟପ୍ରଦେଶ ଲିଙ୍କ୍!
ଲାଠୋର, ତୁରେକେଲା ଓ ପାଟଣାଗଡ଼ ଅଞ୍ଚଳରେ କାରବାର ଚଳାଇଥିବା ନିଶା ବେପାରୀଙ୍କ ସିଧାସଳଖ ଲିଙ୍କ ମଧ୍ୟପ୍ରଦେଶ ସହ ରହିଥିବା ପୁଲିସ ସନ୍ଦେହ କରୁଛି। ଏମାନେ ସେଠାରୁ ବେଆଇନ ନିଶା ଇଞ୍ଜେକ୍‌ସନ୍‌, ଔଷଧ, କଫ ସିରପ୍‌ ଆଣି ଏଠାରେ ବ୍ୟବସାୟ କରୁଛନ୍ତି। ଏକ ବଡ ରାକେଟ୍‌ ଏଥିରେ ସଂପୃକ୍ତି ରହିଛି। ପୁଣି ଜବତ ହୋଇଥିବା କଫ ସିରପ୍‌ ୨୦୨୩ ମସିହାରେ ଏକ୍ସପାୟରି ହୋଇଯାଇଥିଲେ ହେଁ ଏଠାରେ ବେଧଡ଼କ ଭାବେ ବିକ୍ରି ଚାଲିଥିବା ଜଣାପଡ଼ିଛି। ଉକ୍ତ ରାକେଟ ରାଜ୍ୟ ସରକାର ବ୍ୟାନ୍‌ କରିଥିବା ନିଶା ଔଷଧ ଆଣି ବେପାର କରୁଛନ୍ତି। ଏଥିରେ କିଛି ଔଷଧ ଦୋକାନୀ ମଧ୍ୟ ସାମିଲ ଥିବା ପୁଲିସ୍ ଜାଣିବାକୁ ପାଇଛି। ତଦନ୍ତ ପରେ ଆଗାମୀ ଦିନରେ ସମସ୍ତେ ଧରାପଡ଼ିବେ ବୋଲି ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button