ୟୁପିର ୧୧୨ ହେଲ୍ପଲାଇନ ନମ୍ବରରେ ୨୦୨୩ରେ ଆସିଥିଲା ୬୮ ଲକ୍ଷରୁ ଅଧିକ ଜରୁରୀକାଳୀନ କଲ୍ – Kalinga News

[ad_1]
ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶ ପୁଲିସର ହେଲ୍ପଲାଇନ ନମ୍ବର ୧୧୨କୁ ୨୦୨୩ରେ ୬୮ ଲକ୍ଷରୁ ଅଧିକ ଜରୁରୀକାଳୀନ କଲ୍ ଆସିଥିଲା। ଯାହା କି ଦୈନିକ ହାରାହାରି ୧୮,୮୦୦ରୁ ଅଧିକ ବା ପ୍ରତି ଘଣ୍ଟାରେ ୭୮୦ରୁ ଅଧିକ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୩ରେ ୧୧୨ ହେଲ୍ପଲାଇନକୁ ୬୮,୭୧,୭୧୭ କଲ୍ ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୭୦,୬୦,୪୯୨ ଏବଂ ୨୦୨୧ରେ ୬୬,୮୭,୧୩୭ ଥିଲା।
ଉତ୍ତରପ୍ରଦେଶ ପୁଲିସର ହେଲ୍ପଲାଇନ ନମ୍ବର ୧୧୨କୁ ଆସିଥିବା କଲ୍ ମଧ୍ୟରୁ ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ସର୍ବାଧିକ ୩,୧୮,୮୭୭, ଗୋରଖପୁରରୁ ୨,୩୫,୫୯୭, ପ୍ରୟାଗରାଜରୁ ୨,୨୮,୦୪୮, କାନପୁରରୁ ୨,୦୦,୫୯୧, ଗୌତମ ବୁଦ୍ଧ ନଗରରୁ ୧,୯୨,୩୨୫, ଗାଜିଆବାଦରୁ ୧,୮୭,୭୮୫, ଆଗ୍ରାରୁ ୧,୮୧,୪୬୮, ଆଲିଗଡ଼ରୁ ୧,୫୭,୧୯୭, ଜୌନପୁରରୁ ୧,୫୭,୫୫୭ଟି କଲ୍ ଆସିଥିଲା।
ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ନୀରା ରାୱତ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ହେଲ୍ପଲାଇନ ନମ୍ବର ୧୦୦ (ପୁଲିସ), ୧୦୧ (ଅଗ୍ନିଶମ) ଏବଂ ୧୦୨ (ଆମ୍ବୁଲାନ୍ସ)ର ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁପି ପୁଲିସ ପକ୍ଷରୁ ୧୧୨ ଆରମ୍ଭ କରାଯାଇଥିଲା, ଯାହା ନାଗରିକମାନଙ୍କୁ ୱାନ୍ ଷ୍ଟପ୍ ସମାଧାନ ପ୍ରଦାନ କରିଥିଲା।
ରାଜ୍ୟର ନାଗରିକଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ୟୁପି-୧୧୨ ଅତ୍ୟନ୍ତ ସମ୍ବେଦନଶୀଳ। ବୈଷୟିକ ଜ୍ଞାନକୌଶଳର ସର୍ବାଧିକ ବ୍ୟବହାର କରି ବିଭିନ୍ନ ସରକାରୀ ଅନୁଷ୍ଠାନ ସହ ଯୋଡ଼ି ହେବା ପରେ ୧୧୨ ଦ୍ୱାରା ନାଗରିକଙ୍କୁ ସହାୟତାର ପରିସର ମଧ୍ୟ ବୃଦ୍ଧି ପାଇଛି। ଫଳରେ ବର୍ଷକ ମଧ୍ୟରେ ୬୮ ଲକ୍ଷରୁ ଅଧିକ ନାଗରିକଙ୍କୁ ସହାୟତା ପ୍ରଦାନ କରାଯାଇ ପାରିଛି ବୋଲି ଏଡିଜି ରାୱତ କହିଛନ୍ତି।
[ad_2]