ରାଜନୀତି

ଭିଡିଓରେ ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍‌: ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୨ ଗୁଣା ବିକାଶ ହେବ

ସମ୍ବଲପୁର: ଓଡ଼ିଶାରେ ବିଜେପି ସରକାର ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ। ସମ୍ବଲପୁରୀ ବସ୍ତ୍ରର ଗୁଣବତ୍ତା ବୃଦ୍ଧି ପାଇଁ‌ ପଦକ୍ଷେପ ନିଆଯିବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରାଯିବ। କୃଷି-ପ୍ରଧାନ ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ୍ କରାଯିବ ବୋଲି ଆଜି ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହିତ ଶ୍ରୀ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆକ୍ରମଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓରେ ଥିବା ବେଳେ ଗୁମାସ୍ତାଙ୍କ ହାତରେ ରିମୋଟ୍‌ ରହିଛି। ମୁଖ୍ୟମନ୍ତ୍ରୀ ବିମାନ ଭିତରେ ରହି ବିଜେପି ସରକାର ଦିବାସ୍ୱପ୍ନ ଦେଖୁଥିବା କହି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନସଭାରେ ଏହାର ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା। ମାତ୍ର ବିମାନ ଭିତରୁ ଦିବାସ୍ୱପ୍ନ କହିବା ଠିକ୍‌ କି? ସେ ଯେଉଁ ହିସାବ ମାଗୁଛନ୍ତି, ମାଆ ସମଲେଇଙ୍କ ଭୂମିକୁ ଆସି ଖୋଲା ବିତର୍କ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ଏବଂ ଓଡ଼ିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ମୋଚିତ ଓଡ଼ିଶା ସଂକଳ୍ପପତ୍ର ଉପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ସଂକଳ୍ପପତ୍ରରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ମତ୍ସ୍ୟଜୀବୀ, ଯୁବବର୍ଗଙ୍କ କଲ୍ୟାଣ ସହ ସମ୍ବଲପୁରର ବୁଣାକାରମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଭଳି ଅନେକ ସଂକଳ୍ପ କରାଯାଇଛି। ଓଡ଼ିଶାରେ ବିଜେପି ସରକାର ହେଲେ ଦୁର୍ନୀତି ରୋକିବା ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ସମ୍ବଲପୁରକୁ ଭାରତର ପ୍ରମୁଖ ସହର ଭାବେ ତିଆରି କରାଯିବ। ସମ୍ବଲପୁରୀ ଟେକ୍ସଟାଇଲକୁ ବିଶ୍ୱରେ ପହଞ୍ଚାଇବାର କାମ ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରାଥମିକତା ଦିଆଯିବ। ଲୋକଙ୍କୁ ସବୁ ସୁବିଧା ସହ ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ତଥା ସବୁ ପ୍ରକାର ଯୁବ ପ୍ରତିଭାକୁ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ। ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ‌କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬୦୦ କୋଟି ଟଙ୍କା ମଂଜୁର ହୋଇଥିଲେ ସୁଦ୍ଧା ସହର ଓ ବ୍ଲକ୍‌ରେ ୨ଟି ଲେଖାଏଁ ୮୦୦ ପିଏମ୍‌ଶ୍ରୀ ସ୍କୁଲ ପ୍ରତିଷ୍ଠା ହୋଇପ‌ାରି ନାହିଁ। ବିଜେପି କ୍ଷମତାକୁ ଆସ‌ିଲେ ଏହା କାର୍ଯ୍ୟକାରୀ କରାଯିବ। କେନ୍ଦୁପତ୍ର ତୋଳାଳିମାନଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ୍ ଦିଆଯିବ। ସମ୍ବଲପୁର ପାଇଁ ଖୁବ୍ ଶୀଘ୍ର ବିଜେପି ଏକ ସଂକଳ୍ପ ପତ୍ର ଉନ୍ମୋଚନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୨ ଗୁଣା ବିକାଶ ହେବ
ସମଲେଇ ମନ୍ଦିରରେ ଖୋଲା ବିତର୍କ ପାଇଁ ପୁଣି ଆହ୍ବାନ ଦେଲେ ଧର୍ମେନ୍ଦ୍ର

ସେ ଆହୁରି କହିଲେ, ବିଜେପିର ସଂକଳ୍ପପତ୍ରରେ କୃଷକ କଲ୍ୟାଣକୁ ଜୋର ଦିଆଯାଇଛି। ଏବେ ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସ୍‌ପି ୨୧୮୩ ଟଙ୍କା ଥିବା ବେଳେ ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଛତିଶଗଡ଼ ଭଳି ଓଡ଼ିଶାରେ ବି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ। ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ। କଟ୍‌ନିଛଟ୍‌ନି ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ। ଧାନରେ ପ୍ରଥମ ଥର ପାଇଁ ରାଜ୍ୟ ତରଫରୁ ବୋନସ୍ ଦିଆଯିବ। ସୁଭଦ୍ରା ଯୋଜନାରେ ଉପହାର ସ୍ବରୂପ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ। ସବୁ ଗରିବଙ୍କୁ ଜମିପଟ୍ଟା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ। ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ। ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ। ଦାଦନ ଯନ୍ତ୍ରଣାରୁ ଓଡ଼ିଶାବାସୀଙ୍କୁ ମୁକ୍ତି ଦିଆଯିବ। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ୭୫ ହଜାର କିମି ନୂଆ ସଡ଼କପଥ ନିର୍ମାଣ ହେବ। ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହ ଇ-ଶ୍ରମ ପୋର୍ଟାଲରେ ଯୋଡ଼ାଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ। ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ। ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ। ଏସ୍‌ଏଚ୍‌ଜି ହେଉଛି ମୋଦୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ । ସେମାନଙ୍କୁ ସଶକ୍ତ କରିବା ପାଇଁ ମୋଦୀ ସରକାର ପଇସା ଦେଉଛନ୍ତି। ଓଡ଼ିଶାର ୨୫ ଲକ୍ଷ ଏଭଳି ମହିଳାଙ୍କୁ ‘ଲକ୍ଷପତି ଦିଦି’ ବନାଯିବାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସ୍ବେଚ୍ଛାଚାରିତା ଚାଲିଛି। ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି। ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃରଚନା କରାଯିବ। ସାମ୍ବାଦିକମାନଙ୍କ ପାଇଁ ଅନ୍ୟ ରାଜ୍ୟ ଭଳି ପେନ୍‌ସନ୍‌ ବ୍ୟବସ୍ଥା କରାଯିବ। ସାମ୍ବାଦିକ ସମ୍ମିଳନୀରେ ଜୟନାରାୟଣ ମିଶ୍ର, ନାଉରୀ ନାୟକ, ଗିରୀଶ ପଟେଲ, ଗୋବିନ୍ଦ ଅଗ୍ରୱାଲ, ଡ. ପ୍ରମୋଦ ରଥ, ମାନସ ରଞ୍ଜନ ବକ୍ସି ଓ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button