ପତ୍ନୀଙ୍କ ହାତରେ ଦଳର କମାଣ୍ଡ୍ – Kalinga News

[ad_1]
ନୂଆଦିଲ୍ଲୀ: ସୁନୀତା କେଜ୍ରିୱାଲ ଏବଂ କଳ୍ପନା ସୋରେନ୍। ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାମ। ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ହାଇପ୍ରୋଫାଇଲ ଚେହେରା। ଚଳିତ ସାଧାରଣ ନିର୍ବାଚନରେ ଏମାନେ ନିଜ ସ୍ବାମୀଙ୍କ ବଦଳରେ ଦଳର ମଙ୍ଗ ଧରିଛନ୍ତି।
ସୁନୀତା ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ଏବଂ କଳ୍ପନା ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ମୁଖ୍ୟ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଇଡି ସୋରେନ ଏବଂ କେଜ୍ରିୱାଲଙ୍କୁ ଗିରଫ କରି ଜେଲ ପଠାଇଛି। ସେମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ଦଳରେ ଯେଉଁ ଖାଲି ସ୍ଥାନ ସୃଷ୍ଟି ହୋଇଛି, ତାହାକୁ ପୂରଣ କରିବାକୁ ଉଦ୍ୟମ ଚଳାଇଛନ୍ତି ସେମାନଙ୍କର ପତ୍ନୀ। ବିରୋଧୀ ମେଣ୍ଟର ନିର୍ବାଚନ ଅଭିଯାନରେ ସେମାନେ ହେଉଛନ୍ତି ଷ୍ଟାର ପ୍ରଚାରକ। ବିରୋଧୀ ଗୋଷ୍ଠୀ ଇଣ୍ଡିଆ ବ୍ଲକ୍ରେ ସେମାନଙ୍କୁ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଛି। ଇଣ୍ଡିଆ େମଣ୍ଟର ଯେଉଁଠି ରାଲି ହେଉଛି, ସେମାନେ ଅନ୍ୟ ଦଳର ମୁଖିଆମାନଙ୍କ ସହିତ ମଞ୍ଚାସୀନ ହେଉଛନ୍ତି। ଦଳ ଭିତରେ ସେମାନେ ନିଜ ନିଜ ପତିଙ୍କ ଦାୟିତ୍ବ ସମ୍ଭାଳୁଛନ୍ତି। ତେବେ ଭାରତୀୟ ରାଜନୀତିରେ ନେତାମାନଙ୍କ ପତ୍ନୀଙ୍କ ଅାବିର୍ଭାବ ନୂଆ କଥା ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଦାୟିତ୍ବ ସମ୍ଭାଳୁଛନ୍ତି ପତ୍ନୀ ସୋନିଆ ଗାନ୍ଧୀ। ସେ ଦୁଇଟି ପର୍ଯ୍ୟାୟରେ ୨୨ ବର୍ଷ ଧରି କଂଗ୍ରେସ ସଭାନେତ୍ରୀ ଥିଲେ। ପ୍ରଥମେ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଏବଂ ପୁଣି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଏହି ଦାୟିତ୍ବ ସମ୍ଭାଳିଥିଲେ। ଭାରତୀୟ ରାଜନୀତିରେ େସ ଅଜଣା ଚେହେରା ଥିଲେ ମଧ୍ୟ ରାଜୀବଙ୍କ ମୃତ୍ୟୁ ପରେ ସେ ଯେଉଁଢଙ୍ଗରେ ସାଂଗଠନିକ ଦାୟିତ୍ବ ତୁଲାଇଲେ, ତାହା ତାଙ୍କୁ ଲୋକପ୍ରିୟ କରାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ୧୯୯୭ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜେଲ ଯିବା ପୂର୍ବରୁ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ରାବ୍ରୀ ୨୦୦୫ ପର୍ଯ୍ୟନ୍ତ କ୍ଷମତାରେ ଥିଲେ। ଲାଲୁ ଜେଲ ଯିବା ପୂର୍ବରୁ ତାଙ୍କୁ ଯେଉଁଭଳି ମୁଖ୍ୟମନ୍ତ୍ରୀ କରାଗଲା, ତାହା ଏବେ ବି ଦୃଷ୍ଟାନ୍ତ ହୋଇ ରହିଛି। ବର୍ତ୍ତମାନ ସୁଦ୍ଧା ଏଭଳି କ୍ଷମତା ହସ୍ତାନ୍ତର କେବେ ଦେଖିବାକୁ ମିଳିନାହିଁ। ଉତ୍ତର ପ୍ରଦେଶରୁ େଲାକସଭା ସାଂସଦ ଥିବା ଡିମ୍ପଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ। ୨୦୧୨(ଉପନିର୍ବାଚନ), ୨୦୧୪ ଏବଂ ୨୦୨୨(ଉପନିର୍ବାଚନ)ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିେଲ। ଏହାପରେ ୨୦୧୯ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଚଳିତ ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେ ତାଙ୍କ ସ୍ବାମୀ ଅଖିଳେଶଙ୍କୁ ସାଂଗଠନିକ ପରିଚାଳନା ସହିତ ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ସହଯୋଗ କରୁଛନ୍ତି। ହରସିମ୍ରତ କୌର ବାଦଲ ହେଉଛନ୍ତି ପଂଜାବର ଜଣେ ଟାଣୁଆ ନେତ୍ରୀ । ଅକାଳି ଦଳ ସଭାପତି ସୁଖବିର ସିଂହ ବାଦଲ ହେଉଛନ୍ତି ତାଙ୍କର ସ୍ବାମୀ। ଶ୍ରମତୀ କୌର ୨୦୦୯ରୁ ଲୋକସଭା ସଭ୍ୟା ଅଛନ୍ତି। ଏଥର ମଧ୍ୟ ସେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ୨୦୧୪ରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ ସରକାରଙ୍କ କୃଷି ବିଲକୁ ବିରୋଧ କରି ସେ ୨୦୨୦ରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ସ୍ବାମୀ ବାଦଲଙ୍କ ସହିତ ମିଶି ଦଳକୁ ମଜବୁତ କରିବା ଲାଗି ସେ ଉଦ୍ୟମ ଚଳାଇଛନ୍ତି।
[ad_2]