ଖେଳ ଖବର

ଭାରତୀୟ ଜର୍ସିଠୁ ବିମାନଭଡ଼ା ଶସ୍ତା – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜର୍ସି ଉନ୍ମୋଚିତ ହୋଇସାରିଛି। ଦିନିକିଆ ବିଶ୍ବକପ୍‌ର ଜର୍ସିଠୁ ଏହି ଜର୍ସିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କିନ୍ତୁ ଜର୍ସିର ମୂଲ୍ୟ ଦେଖି ଭାରତୀୟ ଦଳ ପ୍ରଶଂସକମାନେ ତାଜୁବ୍‌ ହୋଇଯାଇଛନ୍ତି। ଭାରତୀୟ ଦଳର ଜର୍ସି ପ୍ରାୟୋଜକ ଆଦିଦାସ୍‌ ପକ୍ଷରୁ ୱେବସାଇଟ୍‌ରେ ଏହାର ମୂଲ୍ୟ ୫୯୯୯ ଟଙ୍କା ରଖିଛି। ଜର୍ସିକୁ ଭିଏତ୍‌ନାମ୍‌ରେ ତିଆରି କରାଯାଇଥିବା ମଧ୍ୟ ସେଥିରେ ଦର୍ଶାଯାଇଛି। ଜର୍ସି ୬ଟି ମାପରେ ଉପଲବ୍ଧ ଅଛି। ଏକ୍ସଏସ୍‌, ଏସ୍‌, ଏମ୍‌, ଏଲ୍‌, ଏକ୍ସଏଲ୍‌, ୨ଏକ୍ସଏଲ୍‌ ସାଇଜ୍‌ର ଜର୍ସି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ୩ଏକ୍ସଏଲ୍‌ ପାଇଁ ସ୍ବତନ୍ତ୍ର ଭାବେ ଅର୍ଡର ଦେବାକୁ କୁହାଯାଇଛି। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସିରାଜ, କୁଲଦୀପ ୟାଦବ, ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା ଭାରତୀୟ ଜର୍ସି ପରିଧାନ କରିଥିବା ଦେଖାଯାଇଛି। ୱେବସାଇଟ୍‌ରେ ଏହି ଜର୍ସି ବିକ୍ରି ପାଇଁ ଉପଲବ୍ଧ ହେବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଅନେକ ବ୍ୟବହାରକାରୀ ଦିଲ୍ଲୀ-ଗୋଆ ବିମାନଭଡ଼ା ଭାରତୀୟ ଦଳର ଜର୍ସିଠୁ ଶସ୍ତା ବୋଲି ଉଲ୍ଲେଖ କରିଛନ୍ତି। ଅନେକ ଟ୍ରାଭେଲ୍‌ ବୁକିଂ ସାଇଟ୍‌ରେ ଦିଲ୍ଲୀ-ଗୋଆ ବିମାନଭଡ଼ା ଆସନ୍ତା ମାସଠୁ ୫୫୦୦ ଟଙ୍କାରୁ କମ୍‌ ପଡୁଥିବା ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button