ରାଜନୀତି

ଲୋକମୋତେ ଆଗକୁ ନେଲେ ସିନେମା ଛାଡ଼ି ରାଜୀନୀତି କରିବି – Kalinga News

[ad_1]

ନୂଆଦିଲ୍ଳୀ: ବଲିଉଡ କୁଇନ କଙ୍ଗନା ରାଣାୱତ ଚଳିତଥର ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁ ଟିକେଟ ମିଳିଛି।

ମଣ୍ଡିର ଝିଅ ଦିନରାତି ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। କଙ୍ଗନା ଆଶା ରଖିଛନ୍ତି ‌ଚଳିତ ଲୋକସଭା ନିର୍ବାଚନରେ ସେ ନିଶ୍ଚୟ ବିଜୟୀ ହେବେ।

କଙ୍ଗନା ନିକଟରେ ରାଜନୀତି, ସିନେମା ଓ ଲୋକସଭା ନିର୍ବାଚନକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। କଙ୍ଗନା କହିଛନ୍ତି ମୁଁ ଯେଉଁ କ୍ଷେତ୍ରରେ ପାଦ ଦିଏ ତାହାକୁ ମନପ୍ରାଣ ଦେଇ କରେ। ଲୋକେ ମୋତେ ରାଜନୀତିକୁ ଓହ୍ଲାଇଛନ୍ତି ଓ ଆଗକୁ ଯଦି ସେମାନେ ନେବାକୁ  ଚାହିଁବେ ତେ‌ବେ ମୁଁ ରାଜନୀତି ହିଁ କରିବି। କାରଣ ଏକାସାଙ୍ଗରେ ଦୁଇଟି କ୍ଷେତ୍ରରେ କାମ କଲେ ତାହାର ମାନ ବଜାୟ ରହିବ ନାହିଁ।

ସିନେମା ଦୁନିଆ ଏକ ମିଥ୍ୟାର ଦୁନିଆ। କାରଣ ପରଦା‌ରେ ଆମକୁ ଯାହା କିଛି ଦେଖାଇବାକୁ ହୋଇଥ‌ାଏ ତାହା ବାସ୍ତବ ନଥାଏ। ଆମକୁ ଅଭିନୟ କରି ଚରିତ୍ରକୁ ବାରମ୍ବାର ଅଭ୍ୟାସ କରିବାକୁ ହୋଇଥାଏ। କିନ୍ତୁ ରାଜନୀତି ଏକ ବାସ୍ତବ କ୍ଷେତ୍ର ଏଠାରେ ଆପଣ ଲୋକଙ୍କ ସହିତ ସିଧାସଳଖ ଯୋଡ଼ି ହେବେ। ସେମାନେ କ’ଣ ଚାହୁଁଛନ୍ତି କ’ଣ ନଚାହୁଁଛନ୍ତି ସେ ଦିଗରେ କାମ କରିବାକୁ ହେବ। ଯାହା କରିବେ ଲୋକଙ୍କ ସାମ୍ନାରେ ହିଁ କରିବାକୁ ହେବ କାରଣ ଏଠାରେ ପରଦା ପଛର ଚରିତ୍ର ନାହିଁ।।  ଯାହାକୁ ନେଇ ମୁଁ ଖୁବ ଉତ୍ସାହିତ ଅଛି। କାରଣ ଏହି ରାଜନୀତି ମଇଦାନ ମୋ ପାଇଁ ପୁରାପୁରି ଅଲଗା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button