ରାଜନୀତି

ଢେଙ୍କାନାଳ ବିଜେଡିରେ ଆଶୟୀଙ୍କ ଲମ୍ବା ଧାଡ଼ି – Kalinga News

[ad_1]

ସୁଧୀର ରହିବେ ନା ନୂଆ ମୁହଁ?

ଢେଙ୍କାନାଳ: ଢେଙ୍କାନାଳରେ ନିର୍ବାଚନ ପାଣିପାଗ ଉଷ୍ମ ହେବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀର ବିଧାୟକ ସୁଧୀର କୁମାର ସାମଲଙ୍କୁ ଦଳ ପୁଣିଥରେ ଟିକେଟ ଦେବ ନା ତାଙ୍କୁ ଅନ୍ୟ କୌଣସି ପଦରେ ବସାଇ ନୂଆ କାହାକୁ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁ‌େଯାଗ ଦେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଦଳୀୟ ଟିକେଟ୍‌ ପାଇଁ ଆଶାୟୀଙ୍କ ଲମ୍ବାଧାଡ଼ି ବି ରହିଥିବା ଜଣାପଡ଼ିଛି। ସୁଧୀର ୨୦୦୪ ମସିହାରେ କଂଗ୍ରେସ ଟିକେଟ୍‌ରୁ ପ୍ରତିଦ୍ବନ୍ଦ୍ବିତା କରି ବିଧାୟକ ହୋଇଥିଲେ। ୨୦୧୯ ମସିହାରେ ସେ ବିଜେଡି ପ୍ରାର୍ଥୀଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ।

ଚଳିତ ନିର୍ବାଚନରେ ସେ ପୁଣିଥରେ ଦଳପକ୍ଷରୁ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ଅଣ୍ଟାଭିଡ଼ିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ କେତେଜଣ ନେତା ମଧ୍ୟରେ ଟିକେଟ୍‌ ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ସରୋଜ କୁମାର ସାମଲ। ସରୋଜ ବିଜେଡି ଟିକେଟ୍‌ରେ ୨୦୦୪ ମସିହାରେ ଗଁଦିଆ ଆସନରୁ ଲଢ଼ି ବିଜୟୀ ହୋଇଥିଲା ବେଳେ ୨୦୧୪ ମସିହାରେ ସେ ଢେଙ୍କାନାଳ ଆସନରୁ ବିଜୟୀ ହୋଇଥିଲେ। ମାତ୍ର, ଗତ ନିର୍ବାଚନ‌େର ସୁଧୀର ଟିକେଟ୍‌ ହ‌ାତେଇ ନେବାରୁ ସେ ଆଉ ନିର୍ବାଚନରେ ଲଢ଼ିବାପାଇଁ ସୁଯୋଗ ପାଇନଥିଲେ। ସେବେଠାରୁ ସେ ରାଜନୀତିରୁ ଦୂରେଇ ରହିଥିବା ବେଳେ ଚଳିତଥର ପୁଣିଥରେ ଟିକେଟ୍‌ ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ସେହିପରି ୧୯୯୫ ମସିହାରେ ଜନତା ଦଳର ଜିଲ୍ଲା ସଭାପତି ଥିବା ଅକ୍ଷୟ ମହାନ୍ତି ୨୦୦୫ରେ ଅର୍ବାନ୍ କୋ ଅପରେଟିଭ୍ ବ୍ୟାଙ୍କ ନିର୍ଦ୍ଦେଶକ ଏବଂ ପରେ ଅନୁଗୁଳ କୋ ଅପରେଟିଭ୍ ବ୍ୟାଙ୍କ ସଭାପତି ରହିବା ସହ ରାଜ୍ୟ ସମବାୟ ସମିତି ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ। ସେ ମଧ୍ୟ ଚଳିତଥର ଏହି ଦୌଡ଼ରେ ନିଜକୁ ସାମିଲ୍‌ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ଓଡ଼ିଶା ବନ ଉନ୍ନୟନ କମିଟି ଉପଦେଷ୍ଟା ଦେବୀ ପ୍ରସାଦ ଭୂତିଆ, ଢେଙ୍କାନାଳ ରାଜ ପରିବାରର ବଂଶଜ, ସଫଳ ଶିଳ୍ପୋଦ୍ୟୋଗୀ ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ଶିଶୁ ଆୟୋଗ ସଦସ୍ୟା ରୁବି ବିଶ୍ୱାଳ ପ୍ରମୁଖ ମଧ୍ୟ ଆଶାୟୀ ତାଲିକାରେ ସାମିଲ୍‌ ହୋଇଛନ୍ତି। ଫଳରେ, ଚଳିତଥର ସୁଧୀର ନା ଏହି ଆଶାୟୀଙ୍କ ମଧ୍ୟରୁ ଅନ୍ୟକେହି ଟିକେଟ୍‌ ପାଇବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button