ରାଜନୀତି

ନିର୍ବାଚନ ଲଢ଼ିପାରନ୍ତି ନୀହାର ରାୟ: ଆରମ୍ଭକଲେ ସମାନ୍ତରାଳ ପ୍ରଚାର – Kalinga News

[ad_1]

ରାଉରକେଲା: ରାଉରକେଲା ଆସନରେ ବିଜେପି ଟିକେଟରୁ ବାଦ୍‌ ପଡ଼ିଥିବା ନୀହାର ରାୟ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି। ନିର୍ବାଚନମଣ୍ଡଳୀରେ ଏବେ ଏହିଭଳି ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ନୀହାର ବି ସମାନ୍ତରାଳ ଭାବେ ପ୍ରଚାର ଆରମ୍ଭ କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗୁରୁତ୍ବପୂର୍ଣ୍ଣ ଆସନ ରାଉରକେଲାରେ ନିଜର ଦମ୍‌ ଦେଖାଇବା ପାଇଁ ନୀହାରଙ୍କ ସମର୍ଥକମାନେ ଲାଗିପଡ଼ିଛନ୍ତି। ଏପରିକି, ନୀହାର ମଧ୍ୟ ବିଜେପିର କୌଣସି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ନହୋଇ ନିଜର ସମାନ୍ତରାଳ କାର୍ଯ୍ୟକ୍ରମ ଚଳାଇଛନ୍ତି। ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ଦେଖିବାକୁ ମିଳୁଛି। ଫଳରେ, ସେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଏକ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି।

ରାଜନୈତିକ ସମୀକ୍ଷକଙ୍କ ମତରେ, ନୀହାର ପ୍ରାର୍ଥୀ ହେଲେ ତାହା ରାଉରକେଲାର ନିର୍ବାଚନ ରାଜନୀତିକୁ ବହୁମାତ୍ର‌ାରେ ପ୍ରଭାବିତ କରିବ। ବିଶେଷକରି, ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କ ନିର୍ବାଚନୀ ଗଣିତ ବିଗିଡ଼ି ଯାଇପାରେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯେବେଠୁ ନୀହାର ବିଜେପି ଟିକେଟରୁ ବଞ୍ଚିତ ହୋଇଛନ୍ତି, ସେବେଠୁ ତାଙ୍କ ପ୍ରତି ସହରବାସୀଙ୍କ ମଧ୍ୟରେ ସମବେଦନା ଥିବା ଦେଖିବାକୁ ମିଳୁଛି। ଏଠ‌ାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୯ ମସିହା ନିର୍ବାଚନରେ ନୀହାର ବିଜେପି ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ବଡ଼ ଚେହେରା ସାରଦା ନାୟକଙ୍କ ବିରୋଧରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ପରାଜିତ ହୋଇଥିଲେ ହେଁ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button