କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ‘କାଳି’ ଚିନ୍ତା! – Kalinga News

[ad_1]
ଆନ୍ଧ୍ରର ନିର୍ବାଚନ ଶୋଭାଯାତ୍ରାରେ କୋଟିଆ ଲୋକ
କୋରାପୁଟ: କୋଟିଆ ଭୋଟ୍ ପାଇଁ ଶେଷ ରଣନୀତି ପ୍ରୟୋଗ କରିଛି ଆନ୍ଧ୍ର। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏଜେଣ୍ଟ ଘରଘର ବୁଲି ଭୋଟରଙ୍କୁ ଚିହ୍ନଟ କରୁଛନ୍ତି। ଭୋଟର୍ ତାଲିକା ଅନୁସାରେ ନାଁ ମେଳ କରିବାପରେ ଆନ୍ଧ୍ର ସପକ୍ଷରେ ମତଦାନ କରିବାକୁ ପ୍ରଲୋଭିତ କରୁଛନ୍ତି। ଯଦି କେହି ପ୍ରଲୋଭନରେ ପଡ଼ୁନି, ସେମାନଙ୍କ ଉପରେ ଚାପ ବି ପକାଉଛନ୍ତି। ସେହିପରି ଜାତି ଆଧାରରେ ଭୋଟରଙ୍କୁ ଏକଜୁଟ କରି ରଖିବାକୁ ଏଜେଣ୍ଟମାନେ ଚେଷ୍ଟା ଚଳାଉଥିବା ଜଣାପଡ଼ିଛି। କୋଟିଆ ଭୋଟର ଯେପରି କୌଣସି ପରିସ୍ଥିତିରେ ଏପଟସେପଟ ନହେବେ, ସେଥିପାଇଁ ୬ମାସ ତଳେ ଆନ୍ଧ୍ର ଯୋଜନା କରିଥିଲା। ତେଣୁ ୮୦ପ୍ରତିଶତ ମତଦାନ ଲକ୍ଷ୍ୟନେଇ ଆନ୍ଧ୍ର ଅଧିକାରୀ ବିଗତଦିନରେ ବାରମ୍ବାର କୋଟିଆ ଅନୁପ୍ରବେଶ କରୁଥିଲେ। ମାତ୍ର, ପ୍ରତ୍ୟେକ ଷଡ଼୍ଯନ୍ତ୍ରର ସୁରାକ ମିଳିବାମାତ୍ରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ସହିତ ଆନ୍ଧ୍ର ଯୋଜନାକୁ ଭଣ୍ଡୁର କରିଥିଲା। ପୂର୍ବର ସବୁ ପ୍ରଚେଷ୍ଟା ବିଫଳ ହେବାପରେ ଏବେ ଏଜେଣ୍ଟଙ୍କୁ କାମରେ ଲଗାଇଛି ଆନ୍ଧ୍ର। ଆନ୍ଧ୍ର ପାଇଁ ଭୋଟ ସୁନିଶ୍ଚିତ କରିବାକୁ ଏଜେଣ୍ଟଙ୍କୁ ଭୋଟର ତାଲିକା ଧରାଇଦେଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ସୂଚନା ଅନୁସାରେ, କୋଟିଆ ପଞ୍ଚାୟତର ୨୨ ଗାଁ ପାଇଁ ଆନ୍ଧ୍ର ପକ୍ଷରୁ ୨୮ଜଣ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। କିଛିଦିନ ହେଲା ଏଜେଣ୍ଟମାନେ ତାଲିକା ଧରି ଗାଁ ଗାଁ ଏବଂ ଘର ଘର ବୁଲୁଛନ୍ତି। ଭୋଟରଙ୍କୁ ଭେଟି ଆନ୍ଧ୍ର ପାଇଁ ଭୋଟ ଦେବାକୁ ନିବେଦନ କରୁଛନ୍ତି। ତେବେ ଅଧିକାଂଶ କୋଟିଆ ଭୋଟର ଉଭୟ ରାଜ୍ୟ ପାଇଁ ମତଦାନ କରିବାକୁ ନିଷ୍ପତ୍ତି ନେଇଥିବା ଖବର ମିଳିଛି। ସକାଳେ ଓଡ଼ିଶା ପାଇଁ, ଅପରାହ୍ନ ପରେ ଆନ୍ଧ୍ର ପାଇଁ ମତଦାନ କରିବେ ବୋଲି ସ୍ଥିର କରିଛନ୍ତି। ଯାହାକି ଏଜେଣ୍ଟଙ୍କୁ ଚିନ୍ତାରେ ପକାଇଛି। ଯଦି କୋଟିଆବାସୀ ଓଡ଼ିଶା ପାଇଁ ପ୍ରଥମେ ଭୋଟ୍ ଦେଲେ, ଆଙ୍ଗୁଠିରେ କାଳି ଲାଗିବ, ଯାହା ସହଜରେ ଲିଭିବନି। ତେଣୁ ଦ୍ବିତୀୟଥର ଭୋଟ ଦେବାକୁଗଲେ ଆନ୍ଧ୍ର ପୋଲିଂ ଅଧିକାରୀ ଗ୍ରହଣ କରିବେନି। ଏମିତି ସ୍ଥିତିରେ ଓଡ଼ିଶା ପାଇଁ ଭୋଟ ଦେବାସମୟରେ ଆଙ୍ଗୁଠିରେ ଆଦୌ କଳା ନ ଲଗାଇବା ନିମନ୍ତେ ଏଜେଣ୍ଟ ନିବେଦନ କରୁଥିବା ଜଣାପଡ଼ିଛି।
ନାମାଙ୍କନ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା
କୋରାପୁଟ: କୋଟିଆ ଆସି ବାରମ୍ବାର ବିବାଦ ସୃଷ୍ଟି କରିଥିବା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ହୋଇଥିବା ଶୋଭାଯାତ୍ରାରେ କୋଟିଆରୁ ଲୋକଙ୍କୁ ବୁହାଯାଇଥିବା ଦେଖିବାକୁ ମିଳିଛି। ସାଲୁର ନିର୍ବାଚନମଣ୍ଡଳୀରୁ ପୁଣି ୱାଇଏସ୍ଆର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରାଜନ ଦୋରା। ସାଲୁର ସହରରେ ଆଜି ଶକ୍ତି ପ୍ରଦର୍ଶନ ନିମନ୍ତେ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏଥିରେ ୫ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଆୟୋଜିତ ଶୋଭାଯାତ୍ରାରେ କୋଟିଆରୁ ବହୁସଂଖ୍ୟାରେ ଲୋକଙ୍କୁ ସାଲୁର ନିଆଯାଇଥିଲା। ଏଥିପାଇଁ ପୂର୍ବରୁ କୋଟିଆରେ ନିୟୋଜିତ ୨୮ଜଣ ଏଜେଣ୍ଟଙ୍କୁ ନିର୍ଦ୍ଦେଶ ମିଳିଥିଲା। ଏଜେଣ୍ଟମାନେ ବି ଜୋର୍ ଲଗାଇ ଦେଇଥିଲେ ବୋଲି ଜଣାପଡ଼ିଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ସରିବା ପରେ ସଂଧ୍ୟାରେ କୋଟିଆବାସୀଙ୍କୁ ପୁଣି ଗାଁରେ ଆଣି ଛଡ଼ାଯାଇଥିଲା। ଫେରିବା ବେଳକୁ ସମସ୍ତଙ୍କ ହାତରେ ଉପହାର ଦେଖିବାକୁ ମିଳିଥିଲା।
[ad_2]