ମନୋରଞ୍ଜନ

କରୋନା ହେବା ପରଠୁ କ୍ଲାନ୍ତ ଅନୁଭବ କରୁଥଲି, ଜାଣିନି ଟୀକା ଆକାରରେ ଶରୀରକୁ କ’ଣ ଯାଇଛି: ଶ୍ରେୟସ୍ – Kalinga News

[ad_1]

ମୁମ୍ବାଇ: ୨୦୨୩ ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା। କାରଣ ଡିସେମ୍ବର ୧୪ରେ ଶ୍ରେୟସଙ୍କର ହୃଦଘାତ ହୋଇଥିଲା। ହଠାତ୍ ହୃଦଘାତ ହେବା ପରେ ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି। ନିକଟରେ ଶ୍ରେୟସ୍ ତଲପଡେ ହୃଦଘାତ ବିଷୟରେ କହି ଏହା କୋଭିଡ୍-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ବୋଲି କହିଥିଲେ।

ସେ କହିଥିଲେ ଯେ, “ଫିଟ୍ ରହିବା ପାଇଁ ମୁଁ ବ୍ୟାୟାମ କରେ। ସ୍ବାସ୍ଥ୍ୟକର ଖାଦ୍ୟ ଖାଏ। ଏସବୁ ପରେ ବି ହୃଦଘାତ ହେବା ମୋତେ ଆଶ୍ଚର୍ଯ୍ୟ କରିଥିଲା। କାରଣ କ’ଣ ବୋଲି ମୁଁ ଜାଣିପାରିନଥିଲି। ହେଲେ ଏବେ କରୋନା ଟୀକାକୁ ନେଇ ଯେଉଁ ସବୁ ତଥ୍ୟ ଆସୁଛି, ତାହା ମୋତେ ଚିନ୍ତିତ କରିଛି। କରୋନା ଟୀକା ମୋ ହୃଦଘାତର କାରଣ ମଧ୍ୟ ହୋଇପାରେ। ଟୀକା ଆକାରରେ ଆମ ଶରୀରକୁ କ’ଣ ଯାଇଛି, ତାହା ଆମେ ଜ‌ାଣେ ନାହିଁ। ଦେଖିବାକୁ ଗଲେ କରୋନ କରଠୁ ମୁଁ ଅଧିକ କ୍ଲାନ୍ତ ଅନୁଭବ କରିବା ଆରମ୍ଭ କରିଥିଲି। ମୋ ହୃଦଘାତ ପାଇଁ କରୋନ ନା ଏହାର ଟୀକା ଦାୟୀ, ତାହା ମୁଁ ଜାଣେ ନାହିଁ।”

କିଛି ଦିନ ହେବ କୋଭିସିଲ୍ଡ ନେଇଥିବା ଲୋକଙ୍କ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ଓ ହୃଦଘାତ ସମସ୍ୟା ଦେଖା ଦେଉଛି। ଏହାକୁ ତିଆରି କରିଥିବା ଆଷ୍ଟ୍ରାଜେନେକା କମ୍ପାନି ମଧ୍ୟ ସ୍ବୀକାର କରିଛି ଯେ, କୋଭିସିଲ୍ଡ  ଟୀକା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି କରୁଛି। ଏହି ସ୍ବୀକାରୋକ୍ତି ପରେ  ଏବେ କୋଭିସିଲ୍ଡ  ନେଇଥିବା ଲୋକେ ଚିନ୍ତାରେ ପଡ଼ିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button