ଅପରାଧ

ଘର ଭଡ଼ା ବିଜ୍ଞାପନ ଦେଇ ଫସିଲେ: ୯୬ ହଜାର ନେଇଗଲା ନକଲି ସେନା ଅଧିକାରୀ – Kalinga News

[ad_1]

ଭୁବନେଶ୍ବର: ଭୁବନେଶ୍ବରରେ ଘର ଭଡ଼ା ଦେବାକୁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ଘର ମାଲିକ ସାଇବର ଠକ ଜାଲରେ ଫସିଛନ୍ତି। ଭଡ଼ା ନେବାକୁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିଥିବା ନକଲି ସେନା ଅଧିକାରୀ ଘର ମାଲିକଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା ଉଡ଼ାଇ ନେଇଛି। କ୍ୟୁ-ଆର୍‌ କୋଡ୍‌ରେ ମାତ୍ର ୧୦ ଟଙ୍କା ପଠାଇ ସାଇବର ଠକ ଘର ମାଲିକଙ୍କ ୯୬ ହଜାର ଟଙ୍କା ଚଳୁ କରିଦେଇଛି। ଏନେଇ ଘର ମାଲିକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ପଟିଆ ଅଞ୍ଚଳରରେ ଏକ ଆଇଟି ଫାର୍ମରେ କାମ କରୁଥିବା ଜଣେ ଅଧିକାରୀ ତାଙ୍କ ଘର ଭଡ଼ାରେ ଲଗାଇବାକୁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ସେହି ବିଜ୍ଞାପନକୁ ଦେଖି ସାଇବର ଠକ ନିଜକୁ ଜଣେ ଆର୍ମି ଅଫିସର ବୋଲି ପରିଚୟ ଦେଇ ଯୋଗାଯୋଗ କରିଥିଲା। ସେ ଏବେ ରାଜସ୍ଥାନରେ ଅଛନ୍ତି ଏବଂ ତାଙ୍କର ଭୁବନେଶ୍ବରକୁ ବଦଳି ହୋଇଛି ବୋଲି କହିଥିଲା। ଘର ମାଲିକଙ୍କ ସନ୍ଦେହ ଦୂର କରିବା ଲାଗି ସାଇବର ଠକ ଘର ମାଲିକଙ୍କ ହ୍ବାଟସ୍‌ ଆପ୍‌କୁ ନକଲି ଆଇ କାର୍ଡ ଓ ପରିଚୟ ସଂକ୍ରାନ୍ତୀୟ ଅନ୍ୟାନ୍ୟ କାଗଜପତ୍ର ପଠାଇଥିଲା। ସବୁ କାଗଜପତ୍ର ଦେଖିବା ପରେ ଘର ମାଲିକଙ୍କ ସନ୍ଦେହ ଦୂର ହୋଇଥିଲା। ଏହାପରେ ଅଗ୍ରିମ ବାବଦକୁ ୨୪ ହଜାର ଟଙ୍କା ଦେବାନେବା ଉପରେ ଆଲୋଚନା ହୋଇଥିଲା। ନକଲି ସେନା ଅଧିକାରୀ ଘର ମାଲିକଙ୍କୁ କ୍ୟୁ-ଆର୍‌ କୋଡ୍‌ ମଗାଇଥିଲା ଏବଂ ସେଥିରେ ୧୦ ଟଙ୍କା ପଠାଇଥିଲା। ଘର ମାଲିକ ୧୦ ଟଙ୍କା ପାଇବା ପରେ ୨୪ ହଜାର ଟଙ୍କା ପଠାଇବାକୁ କହିଥିଲେ। କିନ୍ତୁ ସାଇବର ଠକ ତା’ର ଚାଲ୍ ଖେଳିଥିଲା। ତା’ର କ୍ୟୁ-ଆର୍‌ କୋଡ୍‌ ଉପରେ ସନ୍ଦେହ ହେଉଥିବା କହି ଘର ମାଲିକଙ୍କୁ କିଛି ଟଙ୍କା ପଠାଇବାକୁ କହିଥିଲା। ଘର ମାଲିକ ତା’ ଚାଲ ବୁଝିପାରିନଥିଲେ। ସେ ଶହେ ଟଙ୍କା ପଠାଇଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କଟିଯାଇଥିଲା। ସେ ଏହି ମେସେଜ୍‌ ପାଇବା ପରେ ଘର ଭଡ଼ା ନେବାକୁ ଯୋଗାଯୋଗ କରିଥିବା ସେନା ଅଧିକାରୀଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ମୋବାଇଲ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button