ଅପରାଧ

ପ୍ରଶାସନକୁ ଜଳକା କରି ବାଲ୍ୟବିବାହ: ସକାଳେ ନା, ସଞ୍ଜକୁ ଧୁମ୍‌ଧାମ୍‌ରେ ବାହାଘର – Kalinga News

[ad_1]

ନବରଙ୍ଗପୁର/‌କୋଷାଗୁମୁଡ଼ା: ସକାଳେ ବାଲ୍ୟବିବାହ ନ କରିବାକୁ ସହମତିପତ୍ରରେ ସ୍ବାକ୍ଷର କଲେ। କିନ୍ତୁ ସନ୍ଧ୍ୟାରେ ହେଲା ଧୁମ୍‌ଧାମ୍‌ରେ ବାହାଘର। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳରେ। ବାଲ୍ୟବିବାହ ଭଳି କୁସଂସ୍କାରକୁ ଲୋକେ ଛାଡ଼ିବା ପାଇଁ ଯେଭଳି ନାରାଜ, ତାହା ସଦ୍ୟତମ ଘଟଣାରୁ ସ୍ପଷ୍ଟ ହୋଇଛି। ଗତକାଲି କୋଷାଗୁମୁଡ଼ା ବ୍ଲକ୍‌ ବିଏମ୍‌. ସେମଳା ପଞ୍ଚାୟତର ଜଣେ ୧୬ ବ‌ର୍ଷୀୟା ନାବାଳିକା ସହ ପାଖ କେରାଣ୍ଡିମାଳ ଗାଁର ୨୨ ବର୍ଷୀୟ ଯୁବକ ସହ ବିବାହ ସ୍ଥିର ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ କନ୍ୟାଘରେ ଭୋଜିଭାତ ଚାଲିଥିଲା। ସନ୍ଧ୍ୟାରେ ବାହାଘର ହୋଇଥାନ୍ତା। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁରର ଏକ ସ୍ବେଚ୍ଛାସେବୀ ସଂସ୍ଥାର ଜିଲ୍ଲା ସଂଯୋଜିକା ଉମା ଶତନାମୀ, କାଉନସେଲର୍‌ ଆଶିଷ ରଞ୍ଜନ ନାୟକ, କୋଡ଼ିଙ୍ଗା ଥାନା ଏଏସ୍‌ଆଇ ହାମିତନ ମାଝୀ, ହାବିଲଦାର ଏସ୍‌. ଶ୍ରୀଦେବୀ, ଅଙ୍ଗନବାଡ଼ି ସୁପରଭାଇଜର୍‌ ସୁଜାତା ପଣ୍ଡା, ନଳିନୀ କଚ୍ଛପ, ସ୍ଥାନୀୟ ଅଞ୍ଚଳର ୩ଜଣ ଅଙ୍ଗନବାଡ଼ି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବାଲ୍ୟବିବାହ କରାଇବା ଆଇନଗତ ଅପରାଧ ବୋଲି ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବୁଝାଇଥିଲେ। ବାହାଘର କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ସୂଚନା ଦିଆଯାଇଥିଲା। ଉଭୟ ବର ଓ କନ୍ୟା ପକ୍ଷ ସହମତିରେ ବାଲ୍ୟବିବାହ ନକରାଇବାକୁ ସମସ୍ତଙ୍କ ଉପସ୍ଥିତିରେ ଶପଥ ନେଇଥିଲେ। ଏପରିକି ଅପ୍ରାପ୍ତ ବୟସରେ ନିଜ ଝିଅର ବାହାଘର କରାଇବେ ନାହିଁ ବୋଲି ପରିବାର ପକ୍ଷରୁ ଲିଖିତ ଘୋଷଣାନାମା ପ୍ରଦାନ କରିଥିଲେ। ତେବେ ସନ୍ଧ୍ୟା ବେଳକୁ ଉଭୟ ପରିବାର ଲୋକେ ସକାଳ କଥାକୁ ଭୁଲି ଧୁମ୍‌ଧାମ୍‌ରେ ବିବାହ କରାଇଥିଲେ। ବାଲ୍ୟବିବାହ ପାଇଁ ରାଜ୍ୟରେ ଏକ ନମ୍ବର ସ୍ଥାନରେ ରହି ନବରଙ୍ଗପୁର ଜିଲ୍ଲା ଅଲୋଡ଼ା ରେକର୍ଡ କରିଛି। ବିଗତ ଦିନରେ ରାଜ୍ୟପାଳ ଜିଲ୍ଲା ଗସ୍ତ କରି ବାଲ୍ୟବିବାହ ନ କରାଇବା ପାଇଁ ମହିଳାଙ୍କୁ ସଚେତନ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଅନୁରୂପ ସଚେତନ କରାଯାଉଛି। ଏହା ସତ୍ତ୍ବେ ଲୋକେ ଏଥିରୁ କ୍ଷାନ୍ତ ହେଉ ନଥିବା ଏହି ଘଟଣା ସ୍ପଷ୍ଟ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button