ରାଜନୀତି

ଘସିପୁରା: ୨୦୦୦ ମସିହା ଲଢ଼େଇର ପୁନରାବୃତ୍ତି – Kalinga News

[ad_1]

ଆନନ୍ଦପୁର: ସୀମା ନିର୍ଦ୍ଧାରଣ ପ‌ରେ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀ ବିଲୀନ ହୋଇ ନୂତନ ଭାବେ ଗଠିତ ହୋଇଥିଲା ଘସିପୁରା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରେ ତତ୍କାଳୀନ ରାମଚନ୍ଦ୍ରପୁର ନିର୍ବାଚନମଣ୍ଡଳୀର ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀଙ୍କୁ ବିରୋଧ କରି ବଦ୍ରିନାରାୟଣ ପାତ୍ର ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେବେ ଜନସାଧାରଣ ଏହି ନିର୍ବାଚନର ମଙ୍ଗ ଧରିଥିଲେ। ୨୪ ବର୍ଷ ପରେ ‌ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କ୍ଷେତ୍ରରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଦଳମତ ଭୁଲି ସମସ୍ତେ ଏକାଠି ହେବା ଆରମ୍ଭ କରିଛନ୍ତି।

୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ହୋଇଥିଲା। ସେତେବେଳେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ବିଧାନସଭା ଆସନ ରାମଚନ୍ଦ୍ରପୁର ବିଜେପି ଭାଗରେ ପଡ଼ିଥିଲା। ବି‌ଜେପିର ଭଗବାନ ସାହୁ ଟିକେଟ ଲବିରେ ଆଗରେ ଥିଲେ। ତେବେ ଅକ୍ଷୟ ମିଶ୍ରଙ୍କୁ ବିଜେପି ଟିକେଟ ଦେଇଥିଲା। ବିଜେପିରେ ଅସନ୍ତୋଷ ଦେଖା ଦେଇଥିଲା। ଅନ୍ୟପକ୍ଷରେ ବଦ୍ରି ବିଜେଡିରୁ ଟିକେଟ ଆଶାୟୀ ଥିଲେ ମଧ୍ୟ ମେଣ୍ଟ ଯୋଗୁଁ ନିରାଶ ହେବାକୁ ପଡ଼ିଥିଲା। ଏହି ସମୟରେ ଶାଳପଡ଼ାରେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କୁ ନେଇ ଏକ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ବଦ୍ରି ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଥିଲା। ବଦ୍ରି ନିର୍ବାଚନ ୮୨୩୨ଖଣ୍ଡ ଭୋଟ ରେ ବିଜୟୀ ହୋଇଥିଲେ।

ଚଳିତ ନିର୍ବାଚନରେ ମଧ୍ୟ ସେଭଳି କିଛି ଘଟିବାକୁ ଯାଉଛି। ବିଜେଡିରୁ ବହିଷ୍କୃତ ହେବା ପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କୌଣସି ଦଳକୁ ଯାଇନଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଘସିପୁରାରେ ପ୍ରାର୍ଥୀ ହେବାପାଇଁ ପ୍ରସ୍ତାବ ଦେଇଥିଲେ। ‌ତେବେ ଶେଷରେ ଶମ୍ଭୁନାଥ ରାଉତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ ଘୋଷଣା କରିଥିଲା। ଶୁକ୍ରବାର ସନ୍ଧ୍ୟାରେ ସୌମ୍ୟରଂଜନଙ୍କ ଆନନ୍ଦପୁରସ୍ଥିତ ବାସଭବନରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସର୍ବସମ୍ମତ୍ତିକ୍ରମେ ସୌମ୍ୟରଂଜନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା। ଲୋକଙ୍କ କହିବା ଥିଲା, ବଦ୍ରି କ୍ରମାଗତ ଭାବେ ତିନିଥର ନିର୍ବାଚିତ ‌ହୋଇ ଏକାଧିକ ବିଭାଗର ମନ୍ତ୍ରୀ ହୋଇଛନ୍ତି। ହେଲେ ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ବରଂ ତିନିତିନିଟି ଜଘନ୍ୟ ହତ୍ୟାକାଣ୍ଡ ଜନସାଧାରଣଙ୍କୁ ମର୍ମାହତ କରିଛି। ଘସିପୁରାରେ ଅନ୍ୟାୟ, ଅତ୍ୟାଚାର ଓ ଗୁଣ୍ଡା‌ରାଜ ବଢ଼ି ଚାଲିଥିବାରୁ ଜନସାଧାରଣ ଏବେ ପରିବର୍ତ୍ତନମୁହାଁ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button