ମନୋରଞ୍ଜନ

ଆଜିଠୁ ‘‘ରଜ କୁଇନ୍… ଉଡ଼ିଯା’… ଆକାଶଟା ତୋର’’ – Kalinga News

[ad_1]

ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକର ଲୋକପ୍ରିୟ ରିଆଲିଟି ସୋ’ ‘‘ରଜ କୁଇନ୍… ଉଡ଼ିଯା’… ଆକାଶଟା ତୋର’’ର ପ୍ରସାରଣର ଶୁଭାରମ୍ଭ ମେ ୪ ତାରିଖ, ଶନିବାରରୁ ଆରମ୍ଭ ହେଉଛି। ପ୍ରତ୍ୟେକ ଶନିବାର ଏବଂ ରବିବାର ରାତି ୯:୩୦ରେ ଏହାର ପ୍ରସାରଣ କରାଯିବ। ବିଗତ ୧୧ ବର୍ଷରେ ଜୀ-ସାର୍ଥକର ଏହି ବହୁ ଲୋକପ୍ରିୟ ରିଆଲିଟି ସୋ’ ଦ୍ୱାରା ଅନେକ ପ୍ରତିଯୋଗୀ ବିଜେତା ହେବା ସହିତ ବହୁ କଳାକାର ସୃଷ୍ଟି ହୋଇଛନ୍ତି। ସେମାନେ ଛୋଟ ଓ ବଡ଼ ପରଦାରେ ଅଭିନୟ କରି ନିଜର କ୍ୟାରିୟର ଗଢ଼ିପାରିଛନ୍ତି।

ଜୀ-ସାର୍ଥକର ଲୋକପ୍ରିୟ ରିଆଲିଟି ସୋ’ ‘ରଜ କୁଇନ୍’ର ପ୍ରସାରଣ ଆଜିଠାରୁ ଆରମ୍ଭ ହେଉଛି।

‘ରଜ କୁଇନ୍’ ୨୦୨୪ ସିଜନ୍-୧୨ରେ ଓଡ଼ିଶାର ପ୍ରତି ଜିଲ୍ଲାର ବଛାବଛା ପ୍ରତିଭାବାନ୍ ପ୍ରତିଯୋଗୀ ଭାଗ ନେଇଛନ୍ତି ଏବଂ ସେମାନେ ବିଭିନ୍ନ ସ୍ତର ଦେଇ ଆଗକୁ ବଢ଼ିବେ। ପୂର୍ବ ସିଜିନ୍ ଭଳି ଏଥର ମଧ୍ୟ ପ୍ରତ୍ୟେକ ବିଜେତାଙ୍କ ସ୍ବପ୍ନ ପୂରଣ ପାଇଁ ସ୍କଲାରସିପ୍ ଦିଆଯିବ। ଏହି ଲୋକପ୍ରିୟ ରିୟାଲିଟି ସୋ’ରେ ଜୀ-ସାର୍ଥକର ମେଗା ଧାରାବାହିକଗୁଡ଼ିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସ୍ମୃତିରେଖା ରଣା (ମାନିନୀ), ଅନନ୍ୟା ଦାଶ (ଧାରା), ଅଙ୍କିତା ମିଶ୍ର (ପ୍ରିୟା) ଏବଂ ସୁମନ ପଟ୍ଟନାୟକ (ରେଖା) ‘ରଜ କୁଇନ୍’ ସିଜିନ ୧୨ରେ ମେଣ୍ଟର୍ ରହିଛନ୍ତି। ମୁଖ୍ୟ ବିଚାରକ ଆସନ ଅଳଙ୍କୃତ କରିଛନ୍ତି ଅଭିନେତା ଶ୍ରୀତମ ଦାସ ଏବଂ ଅଭିନେତ୍ରୀ ଲିପି ମହାପାତ୍ର। ସୁଜିତ ପାଇକରାୟ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button