ରାଜାମୌଲୀ ୨୮ତମ ମହଲାରେ ଥିବା ବେଳେ ହେଲା ଭୂକମ୍ପ, ତା’ପରେ… – Kalinga News

[ad_1]
ମୁମ୍ବାଇ: ବାହୁବଲୀ ଓ ଆରଆରଆର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଥିବା ଏସଏସ ରାଜାମୌଲୀ ଭୂକମ୍ପର ଶିକାର ହୋଇଥିବା ଜଣାପଡ଼ିଛି। ସେ ନିଜ ପୁଅ ଏସଏସ କାର୍ତ୍ତିକେୟଙ୍କ ସହ ଜାପାନ ଯାଇଥିବା ବେଳେ ସେଠାରେ ଭୂକମ୍ପ ହୋଇଥିଲା। ୫.୩ତୀବ୍ରତାର ଭୂକମ୍ପ ହେବା ବେଳେ ରାଜାମୌଲୀ ଓ ତାଙ୍କ ପୁଅ ୨୮ମହଲା ଉପରେ ଥିଲେ। ତେବେ ତୀବ୍ରତା ଅଧିକ ଥିଲେ ବି ଦୁହେଁ ଏବେ ସୁରକ୍ଷିତ ଥିବା ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Felt a freaking earthquake in Japan just now!!!
Was on the 28th floor and slowly the ground started to move and took us a while to realise it was an earthquake. I was just about to panic but all the Japanese around did not budge as if it just started to rain!! 😅😅😅😅😅… pic.twitter.com/7rXhrWSx3D— S S Karthikeya (@ssk1122) March 21, 2024
କାର୍ତ୍ତିକେୟ ଏକ୍ସରେ ଲେଖିଛନ୍ତି ଯେ, ଜାପାନରେ ବର୍ତ୍ତମାନ ଏକ ଭୟଙ୍କର ଭୂକମ୍ପ ଅନୁଭବ କଲୁ। ଆମେ ୨୮ତମ ମହଲାରେ ଥିବା ବେଳେ ଧୀରେ ଧୀରେ ବିଲ୍ଡିଂଟି ହଲିବାକୁ ଲାଗିଲା। ଏହା ଏକ ଭୂକମ୍ପ ବୋଲି ଅନୁଭବ କରିବାକୁ ଆମକୁ କିଛି ସମୟ ଲାଗିଥିଲା। ଭୂକମ୍ପ ହେଉଥିବା ଜାଣି ମୁଁ ଭୟଭୀତ ହେଉଥିବା ବେଳେ ଆଖପାଖରେ ଥିବା ସମସ୍ତ ଜାପାନୀମାନେ ନିଜ ନିଜ ଜାଗାରେ ବସି ରହିଥିଲେ, ଯେମିତି ବାହାରେ ବର୍ଷା ଆରମ୍ଭ ହୋଇଛି।
[ad_2]




