ରାଜନୀତି

ଭବାନୀପାଟଣାରେ ପାଣ୍ଡିଆନଙ୍କ ରୋଡ୍‌ ସୋ’: ହଜାରହଜାର ଲୋକ ସାମିଲ – Kalinga News

[ad_1]

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଶୁକ୍ରବାର ସନ୍ଧ୍ୟାରେ ବିଜେଡିର ଷ୍ଟାର୍‌ ପ୍ରଚାରକ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଶ୍ରୀ ପାଣ୍ଡିଆନ ହେଲିକପ୍ଟରରେ ଆସି ଭବାନୀପାଟଣା ସହରର ପୁଲିସ ରିଜର୍ଭ ପଡ଼ିଆରେ ଅବତରଣ କରିଥିଲେ। ସେଠାରେ ଦଳୀୟ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ କଲେଜ ଛକଠାରୁ ରୋଡ୍‌ ସୋ’ ଆରମ୍ଭ କରିଥିଲେ। ମାଣିକେଶ୍ୱରୀ ହାଇସ୍କୁଲ ଛକରେ ଜୟ ମା’ ମାଣିକେଶ୍ୱରୀ ଓ ଜୟ ଜଗନ୍ନାଥ ନାରାରୁ ନିଜର ବକ୍ତବ୍ୟ ରଖିଥିଲେ। ଭବାନୀପାଟଣା ସହରକୁ ବିଜେଡି ହିଁ ୧ନମ୍ୱର ସହରରେ ପରିଣତ କରିପାରିବ ବୋଲି କହିଥିଲେ। ତେଣୁ ଲୋକସଭା ନିମନ୍ତେ ଲମ୍ବୋଦର ନିଆଲ ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀ ନିମନ୍ତେ ଲଳିତା ନାଏକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ‘ମୁଁ ସବୁବେଳେ ଭବାନୀପାଟଣା ସହରକୁ ଆସିବି ଏବଂ ଆପଣଙ୍କ ଦୁଃଖସୁଖରେ ଛିଡ଼ା ହେବି’ ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଡବଲ ଶଙ୍ଖନାଦ ପାଇଁ ପାଣ୍ଡିଆନ ଆହ୍ୱାନ ଦେଇଥିଲେ।

ସେହିଭଳି ଷ୍ଟେଚ୍ୟୁଛକଠାରେ ‘ଆପଣମାନେ କେନ୍ତା ଅଛନ?’ ବୋଲି କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅନୁରୋଧ କରିଥିଲେ। ମାଣିକେଶ୍ୱରୀ ମନ୍ଦିର ନିକଟରେ ଅଟକି ମା’ଙ୍କ ଦର୍ଶନ କରିଥିଲେ। ସେଠାରୁ ରୋଡ୍‌ ସୋ’ରେ ଜଗନ୍ନାଥ ମନ୍ଦିରକୁ ଯାଇ ଦିଅଁଙ୍କ ଦର୍ଶନ କରିଥିଲେ। ଘୋଡ଼ାଘାଟ ଛକ, ଜେଲ୍‌ ଛକ ଓ  ନକଟିଗୁଡ଼ା ଛକରେ ଗାଡ଼ି ଉପରେ ପାଣ୍ଡିଆନ୍‌ ଭୋଟ୍‌ ଭିକ୍ଷା କରିଥିଲେ। ପାଣ୍ଡିଆନ୍‌ ରୋଡ୍‌ ସୋ’ରେ କେତେବେଳେ ଗାଡ଼ି ଭିତରୁ କେତେବେଳେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହିତ ହାତ ମିଳାଇଥିଲେ। କିଛି ଯୁବକଯୁବତୀ ଅଟୋଗ୍ରାଫ ମଧ୍ୟ ନେଇଥିଲେ। ବାଣ, ରୋଷଣି ଓ ଫୁଲ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା। ପାଣ୍ଡିଆନଙ୍କୁ ବିଭିନ୍ନ ସ୍ଥାନରେ ଲୋକେ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ବିଜେଡିର କର୍ମୀମାନେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ନକଟିଗୁଡ଼ାଠାରେ ରୋଡ଼ ସୋ’ ଶେଷ ହେବା ପରେ ସେ ରାବଣଦର ଇକୋ ରିଟ୍ରିଟ୍‌କୁ ରାତ୍ରିଯାପନ ପାଇଁ ଯାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button