ଅପରାଧ

କଂଗ୍ରେସ ଆଇଟି ସେଲର ୫ ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା କଂଗ୍ରେସ ଆଇଟି ସେଲ୍‌ର ୫ ଜଣଙ୍କୁ ଗୁରୁବାର ରାଜ୍ୟ ପୁଲିସର ସାଇବର କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଶାହଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଝାଡ଼ଖଣ୍ଡ କଂଗ୍ରେସ ସଭାପତି ରାଜେଶ ଠାକୁରଙ୍କୁ ସିଆର୍‌ପିସିର ଧାରା ୯୧ ଅନୁଯାୟୀ ନୋଟିସ୍ ଜାରି କରି ମେ ୨ ତାରିଖରେ ହାଜର ହେବାକୁ କହିଥିଲା। ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଅନ୍ୟ ୪ ଜଣ ନେତାଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ସମନ କରିଥିଲା। ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ସେମାନେ ଡିପ୍‌ଫେକ୍ ଭିଡିଓ ତିଆରି କରିବା ପାଇଁ ଦାୟୀ ବ୍ୟକ୍ତିଙ୍କ ପରିଚୟ ନିକଟରେ ପହଞ୍ଚିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button