ଖେଳ ଖବର

ସିଲି ପଏଣ୍ଟ୍‌: ଜିତେଶଙ୍କ ଉପରେ ରାଗିଲେ ଧୋନି ପ୍ରଶଂସକ – Kalinga News

[ad_1]

ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ରନ୍‌ଆଉଟ୍ କରି ପଞ୍ଜାବ କିଙ୍ଗ୍ସର ଯୁବ ୱିକେଟ୍ ରକ୍ଷକ ଜିତେଶ ଶର୍ମା ଅନ୍‌ଲାଇନ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଧୋନି ବୁଧବାର ଚେନ୍ନାଇ ପାଳିର ୧୩ଟି ବଲ୍ ବାକି ଥାଇ ବ୍ୟାଟିଂକୁ ଆସିଥିଲେ। ଏଣୁ ଦର୍ଶକ ତାଙ୍କ ବ୍ୟାଟ୍‌ରୁ ଛକା, ଚୌକା ବର୍ଷା ଦେଖିବାକୁ ଚା‌ହି ବସିଥିଲେ। ହେଲେ ସେ ୧୧ ବଲ୍‌ରୁ ଗୋଟିଏ ଛକା ଓ ଗୋଟିଏ ଚୌକା ବଳରେ ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ପାଳିର ଶେଷ ବଲ୍‌ରେ ହିଁ ହର୍ଷଲ ପଟେଲଙ୍କଠାରୁ ପାଇଥିବା ସିଧା ଥ୍ରୋକୁ ଜିତେଶ ସହଜରେ ସଂଗ୍ରହ କରି ଧୋନିଙ୍କୁ ରନ୍‌ଆଉଟ୍ କରି ଦେଇଥିଲେ। ଏଣୁ ଧୋନି ସମର୍ଥକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିଥିଲେ। ‘‘ଭଲ ହୋଇଛି ଯେ ତୁମେ ବିଶ୍ବକପ୍ ଦଳରେ ସ୍ଥାନ ପାଇନ। ଧୋନିଙ୍କୁ କାହିଁକି ରନ୍‌ଆଉଟ୍ କଲ। ଗୋଟିଏ ରନ୍‌ରେ କ’ଣ ଟା ଓଲଟ ପାଲଟ ହୋଇଯାଇଥା’ନ୍ତା’’ ବୋଲି ଜଣେ ଧୋନି ସମର୍ଥକ ‌ଜିତେଶଙ୍କୁ ପ୍ରଶ୍ନ କରିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଲୋକ ଧୋନିଙ୍କୁ ଦେଖିବାକୁ ଆସୁଛନ୍ତି, ତୁମେ ତାଙ୍କୁ ରନ୍‌ଆଉଟ୍ କରି କ’ଣ ପାଇଲ?। ଏଭଳି ଲେଖି ମାହିଙ୍କ ପ୍ରଶଂସକମ ବୁଧବାର ରାତି ଓ ଗୁରୁବାର ଦିନ ସାରା ଜିତେଶଙ୍କ ଉପରେ ରାଗ ଶୁଝାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button