ରାଜନୀତି

ସଂଶୋଧିତ ମତଦାନ ତଥ୍ୟକୁ ନେଇ ମମତାଙ୍କ ଆପତ୍ତି – Kalinga News

[ad_1]

କୋଲକତା: ଦେଶରେ ସାଧାରଣ ନିର୍ବାଚନର ୭ଟି ପର୍ଯ୍ୟାୟ ମଧ୍ୟରୁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ‌ହୋଇଛି। ତେବେ ମତଦାନ ପରେ ଦାଖଲ ଭୋଟ ସଂଖ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆପତ୍ତି ଉଠାଇଛନ୍ତି। ଇଭିଏମ୍‌ରେ ବ୍ୟାପକ ହେରଫେର କରାଯାଇ ବିଜେପି ସପକ୍ଷରେ ଭୋଟ ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି ଦଳ ପକ୍ଷରୁ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଗତକାଲି ସେ ଶୁଣିବାକୁ ପାଇଲେ ଯେ ଯେଉଁ ଯେଉଁଠାରେ ବିଜେପିକୁ କମ୍‌ ଭୋଟ ମିଳିଛି ସେଠାରେ ଭୋଟ ସଂଖ୍ୟାରେ ୫.୭୫ ପ୍ରତିଶତ ବୃଦ୍ଧି ଘଟିଛି। ଏହି ଘଟଣାରେ ନିର୍ବାଚନ ଆୟୁକ୍ତ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ଏହା କିଭଳି ସମ୍ଭବ ହୋଇପାରିଲା ବୋଲି ପ୍ରଶ୍ନ କରି ମମତା କହିଛନ୍ତି ଯେ ହଠାତ୍‌ ସଂଖ୍ୟାର ବୃଦ୍ଧି ଓ ୧୯ଲକ୍ଷ ଇଭିଏମ୍‌ ମେସିନ ଦୀର୍ଘ ସମୟ ପାଇଁ ନିଖୋଜ ହୋଇଯିବା ସନ୍ଦେହଜନକ। ଏନେଇ ସେମାନେ ନିର୍ବାଚନ ଆୟୁକ୍ତଙ୍କୁ ଜଣାଇଛନ୍ତି। ଲୋକଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରିବାକୁ ଅନୁରୋଧ କରିଛନ୍ତି। ବିଜେପିର ଆୟୁକ୍ତ ନହୋଇ ଏକ ନିରପେକ୍ଷ ନିର୍ବାଚନ ଆୟୁକ୍ତ ଭାବେ କାମ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ସାଧାରଣତଃ ମତଦାନ ଶେଷ ହେବା ପରେ ସେହି ଦିନ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ତଥ୍ୟ ପ୍ରକାଶ ପାଇଥାଏ। ପରଦିନ ନିର୍ବାଚନ ଆୟୁକ୍ତ ଏକ ଚୂଡ଼ାନ୍ତ ସଂଶୋଧିତ ତଥ୍ୟ ପ୍ରକାଶ କରିଥାନ୍ତି। ପଶ୍ଚିମବଙ୍ଗରେ, ଏପ୍ରିଲ୍‌ ୧୯ ପ୍ରଥମ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ୍‌ ୨୬ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ଏଥିରେ ସେହିଦିନ ସନ୍ଧ୍ୟାରେ ଯଥାକ୍ରମେ ୭୭.୬ ଓ ୭୧.୮ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ କରାଯାଇଥିଲା। ତେବେ ସଂଶୋଧିତ ତଥ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ଯଥାକ୍ରମେ ୮୧.୯ ଓ ୭୬.୫୮ ପ୍ରତିଶତ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button