ଅପରାଧ
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରୁ କୋଇଲା ଚୋରି: ୫ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କା ଜବତ – Kalinga News

[ad_1]
ଜଗତସିଂହପୁର: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରୁ କୋଇଲା ଚୋରି କରି ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଝାଡ଼ଖଣ୍ଡର କମଲ ଶେଖ୍ (୩୨), ଯାଜପୁରର ଗଲିଫ୍ ଓରଫ ଗଲିବ୍ ହାସ୍ମୀ(୩୩), ବରଦା ବେହେରା (୩୨), ରାକେଶ କୁମାର ପଣ୍ଡା (୩୦) ଓ ଗଣେଶ ଓରଫ ଶୁଭ୍ରାଂଶୁ ଶେଖର ମହାନ୍ତି (୪୮)।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିଛି ଗତ ୨୯ ତାରିଖ ଦିନ ଉପରୋକ୍ତ ଅଭିଯୁକ୍ତମାନେ ପାରାଦୀପ ନିଷିଦ୍ଧାଞ୍ଚଳରୁ ଅଭିଯୁକ୍ତମାନେ କୋଇଲା ଚୋରି କରୁଥିଲେ। ବରଦା ବେହେରା ଓ ଗଲିବ ହାସମୀ ଏହି ଚୋରି ପାଇଁ ଷଡ଼ଯନ୍ତ୍ର କରିଥିଲେ। ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ଚୋରି କୋଇଲା, ଏକ ଟ୍ରକ (ଓଡ଼ି-୦୪କ୍ୟୁ ୭୩୬୩), ଦୁଇଟି କାର (ଓଡି୦୪ୟୁ୨୭୭୭ ଓ ଓଡି ୦୧ ୟୁ ୬୮୧୭), କିଛି ମୋବାଇଲ ଫୋନ୍ ଓ ୧,୯୮,୫୦୦ ଟଙ୍କା ଜବତ କରିଛି।
[ad_2]