ଅପରାଧ
ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ

କଳାହାଣ୍ଡି କୋକସରା ଥାନା ମାଝୀଗୁଡ଼ା ଗାଁରେ ହତ୍ୟାକାଣ୍ଡ। ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମାଝୀଗୁଡା ଗ୍ରାମର ୬୦ ବର୍ଷୀୟ କାଳୀନ୍ଦ୍ରୀ ତାଣ୍ଡି। ସୂଚନା ମୁତାବକ, ଭୋରୁ ଗାଧେଇ ଘରକୁ ଆସୁଥିବା ବେଳେ ପଡୋଶୀ ଶ୍ରୀକର ପୁଞ୍ଜି ଏକ ଟାଙ୍ଗିଆରେ କାଳୀନ୍ଦ୍ରୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ବୃଦ୍ଧା ଟଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନା ଆଣି ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣକୁ ନେଇ ବୃଦ୍ଧାଙ୍କୁ ଶ୍ରୀକର ଆକ୍ରମଣ କରିଛି ତାହା ଅସ୍ପଷ୍ଟ ରହିଛି। ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ବେଳେ, ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।