‘ନେତା ହାରିଗଲେ, ଆମେ କଣ କରିବୁ?’ ଏକାଠି ହେଲେ ଏକାମ୍ର କର୍ପୋରେଟର୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ – Kalinga News

[ad_1]
ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ହାରିଯିବା ପରେ ଏହି ନିର୍ବାଚନମଣ୍ଡଳୀର ବିଜେଡି କର୍ପୋରେଟରମାନେ ଏକାଠି ହୋଇଛନ୍ତି। ଆଜି ବସିଥିବା ଏକ ବୈଠକରେ ସମସ୍ତ ବିଜେଡି କର୍ପୋରେଟର, ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତା ପରାଜୟର ସମୀକ୍ଷା କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଯୋଜନା କରିଛନ୍ତି। କେଉଁ ପରିସ୍ଥିତିରେ କେବଳ ଏକାମ୍ର ନୁହେଁ, ବରଂ ସାରା ଓଡ଼ିଶାରେ ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ହେଲା, ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ପଣ୍ଡା ତିନିଦିନ ସମୟ ନେଇଛନ୍ତି। କର୍ପୋରେଟର ନୃପେଶ ନାୟକଙ୍କ ସଂଯୋଜନାରେ ବସିଥିବା ଏହି ବୈଠକ ପ୍ରତ୍ୟେକ କର୍ପୋରେସନ ବୈଠକ ପୂର୍ବରୁ ବସିବ ବୋଲି ନିଷ୍ପତ୍ତି ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ଏତେ ମଜଭୂତ ଥିଲେ ମଧ୍ୟ କିଭଳି ହାରିଲା ସେନେଇ ମାନସମନ୍ଥନ ହୋଇଥିଲା। ବାସ୍ତବରେ ଦଳ କର୍ମୀଙ୍କୁ କିମ୍ବା ନେତାଙ୍କୁ ଗୁରୁତ୍ବ ଦେଇନାହିଁ। ବରଂ ଦଳ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଲା। ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ ନିଜର କଳେବର ବଢ଼ାଇବାକୁ ଲାଗିଲେ। ସଂଗଠନ ଦାୟିତ୍ବ ଯାହାଙ୍କ ହାତରେ ରହିଲା ସେମାନେ ସଂଗଠନ ଗଢ଼ିପାରିଲେ ନାହିଁ। ଫଳରେ ତୃଣମୂଳସ୍ତରରେ କର୍ମୀ ମଜଭୂତ ହେଲେ ନାହିଁ। ଅର୍ଥାତ୍ ମୂଳଦୁଆ ଭୁଶୁଡ଼ିବା ଭଳି ସ୍ଥିତି ହେଲା। ଏବେ ବିଜେପି ହାତକୁ ଶାସନ ଭାର ଯାଇଥିବାରୁ ସେମାନେ ବିଏମ୍ସିକୁ ମଧ୍ୟ ଭାଙ୍ଗିବାକୁ ଉଦ୍ୟମ କରିବେ, ନିଜ ନିୟନ୍ତ୍ରଣକୁ ନେବାକୁ ଚାହିବେ। ଏଣୁ ବିଜେଡି କର୍ପୋରେଟରମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ। ସେମାନଙ୍କ ପାଇଁ ଛିଡ଼ା ହେବ କିଏ? ଏଭଳି ଅନେକ ପ୍ରଶ୍ନ ଉପରେ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭବିଷ୍ୟତର କାର୍ଯ୍ୟପନ୍ଥା ବାବଦରେ ପରାମର୍ଶ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା।
ଏହାଛଡ଼ା ଦଳରେ କେତେକ କୃତଘ୍ନ ରହିଥିବା ଗତ ନିର୍ବାଚନରେ ପ୍ରମାଣ ମିଳିଥିଲା। ବିଜେଡିରେ ଥାଇ ବିଜେପି ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ଦେଖାଯାଇଥିଲା। ପୂର୍ବରୁ ମଧ୍ୟ ସେମାନେ ବିଶ୍ବାସଘାତକତା କରିବା ନଜିର ରହିଛି। ଏଣୁ ଦଳରେ ଏକ ଶୃଙ୍ଖଳା କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି। ୱାର୍ଡସ୍ତରରେ ଏଭଳି ବିଶ୍ବାସଘାତକଙ୍କୁ ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ହୋଇଛି। ଏହା ବାଦ୍ ୱାର୍ଡସ୍ତରରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଓ ତାହାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ଆଗକୁ ବାକି ରହିଥିବା କାମ ଜୋର୍ସୋର୍ରେ କିଭଳି ହେବ ସେ ନେଇ ଉଦ୍ୟମ କରିବାକୁ କୁହାଯାଇଥିଲା। ତେବେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ଅମରେଶ ଜେନା ଏହି ବୈଠକରେ ଯୋଗ ଦେଇ ନଥିଲେ।
[ad_2]