୧୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ: ମୁଣ୍ଡ ଉପରେ ଥିଲା ୧୬ ଲକ୍ଷର ପୁରସ୍କାର – Kalinga News

[ad_1]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୧୬ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସଂଗଠନର ପିଏଲ୍ଜିଏ ସଦସ୍ୟ, ଏଲ୍ଓଏସ୍ କମାଣ୍ଡର, କେଏଏମ୍ଏସ୍ ସଦସ୍ୟ, ଏଲ୍ଜିଏସ୍ ସଦସ୍ୟ, ମିଲିସିଆ ଡେପୁଟି କମାଣ୍ଡର ରହିଛନ୍ତି। ସରକାର ଏମାନଙ୍କ ନାମରେ ୧୬ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୁର୍ଦ୍ଦାନ୍ତ ପିଏଲଜିଏ ସଦସ୍ୟ ଅରୁଣ କଡ଼ତି ମଧ୍ୟ ଏମାନଙ୍କ ମଧ୍ୟରେ ଅଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସରକାରଙ୍କ ଥଇଥାନ ନୀତିରେ ଏମାନେ ପ୍ରଭାବିତ ହୋଇଥିବା ପୁଲିସ କହିଛି। ସରକାରଙ୍କ ପକ୍ଷରୁ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ ସହ ଆତ୍ମନିର୍ଭରଶୀଳ ହେବାକୁ ତାଲିମ ଦିଆଯିବ। ଲଗାତାର ପୁଲିସ ଚଢ଼ଉ ଏବଂ କୌଣସି ଲକ୍ଷ୍ୟ ନେଇ ସଂଗଠନ କାମ କରୁ ନଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏମାନେ କହିଛନ୍ତି। ଅରୁଣ ନାମରେ ସରକାର ୮ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏମାନେ ବହୁ ହିଂସାରେ ଜଡ଼ିତ ଥିଲେ। ଗୋଟିଏ ପଟେ ପୁଲିସର ଘନଘନ ଚଢ଼ଉରେ ମୃତ୍ୟୁ ହେଉଛି ଏବଂ ଅନ୍ୟପଟେ ସଂଗଠନର କ୍ୟାଡରମାନେ ଆତ୍ମସମର୍ପଣ କରୁଛନ୍ତି। ଫଳରେ ଛତିଶଗଡ଼ରରେ ମାଓ ସଂଗଠନ ଧୀରେଧୀରେ ଭୁଶୁଡ଼ି ପଡ଼ୁଥିବା କୁହାଯାଉଛି।
[ad_2]