ଅପରାଧ

ବୋମାମାଡ଼ କରିବା ପୂର୍ବରୁ ମନ୍ଦିର ସାମ୍ନାରେ ପ୍ରଣାମ ଜଣାଇ ଯାଇଥିଲା ଦୁର୍ବୃତ୍ତ – Kalinga News

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଜଣେ ଦୁର୍ବୃତ୍ତ ବୋମା ବିସ୍ଫୋରଣ କରିବା ପୂର୍ବରୁ ମନ୍ଦିର ସାମ୍ନାରେ ପ୍ରଣାମ ଜଣାଇ ଯାଇଥିବାର ଦୃଶ୍ୟ ସୋସିଆଲ ଭିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଏହି ଘଟଣାଟି ଘମାପୁର ଥାନା ଅଞ୍ଚଳର ଭାରତ ‌ସେବକ ସମାଜ ସ୍କୁଲ ନିକଟରେ ଘଟିଥିଲା। ଦୁର୍ବୃତ୍ତ ଆନନ୍ଦ ଠାକୁର ମାନସିଂହ ଠାକୁରଙ୍କ ଘର ଉପରେ ବୋମା ବିସ୍ଫୋରଣ କରିବା ସହିତ ଗୁଳି କରିଥିଲା। ଏହି ଘଟଣା ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ପୁଲିସ ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ ସିସିଟିଭି ଫୁଟେଜ ଜରିଆରେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତର ନାମ ଆନନ୍ଦ ଠାକୁର ବୋଲି ଜଣାପଡ଼ିଥିଲା।

ସ୍ଥାନୀୟଲୋକେ ଅଭିଯୁକ୍ତ ଆନନ୍ଦ ଠାକୁର ବିରୋଧରେ ଦାଦାବଟି ଅଦାୟ ସହିତ ଛୋଟ ଦୋକାନର ବ୍ୟବସାୟୀଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଅଭିଯୁକ୍ତ ଆନନ୍ଦ ଠାକୁର ପ୍ରଥମେ ସ୍ଥାନୀୟ ଏକ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ପ୍ରଣାମ ଜଣାଉଛି। ଏହାପରେ ଚାଲିଚାଲି କିଛି ବାଟ ଯିବା ପରେ ସୁଯୋଗ ଦେଖି ଆନନ୍ଦ ଠାକୁର ମାନସିଂହ ଠାକୁରଙ୍କ ଘର ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରୁଛି।

ଏହି ବିସ୍ଫୋରଣରେ ସ୍ଥାନୀୟଅଞ୍ଚଳ ଭୟଙ୍କର ଶବ୍ଦରେ ଥରି ଉଠିଥିଲା। ସମସ୍ତେ ବାହାରକୁ ବାହାରି ଆସିବା ପରେ ମାନସିଂହ ଠାକୁରଙ୍କ ଘର ସାମ୍ନାରେ ବିସ୍ଫୋରଣ ହୋଇଥିବା ଦେଖି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button