ଅପରାଧ

ଠାକୁରଙ୍କ ଦର୍ଶନ ପାଇଁ ଆସୁଥିଲେ ମହିଳା; ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ – Kalinga News

[ad_1]

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କୁସଭୁଦ୍ରା ନଦୀ ବନ୍ଧ ଗିରିଙ୍ଗୋ ନିକଟରେ ଦୁର୍ବୃତ୍ତମାନେ ମହିଳାଙ୍କ ବେକରୁ ସୁନା ଛିଣ୍ଡାଇ ନେଇ ଫେରାର ହୋଇଛନ୍ତି। ଆଜି ଗିରିଙ୍ଗୋ ମିଶ୍ରସାହି ଶ୍ରୀ ଗିରିବାସୀ ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତିରେ ଯୋଗଦେବା ପାଇଁ ସ୍ଥାନୀୟ ଗ୍ରାମର ରାଜେନ୍ଦ୍ର ମୁଖିଙ୍କ ପତ୍ନୀ ସୁଭଦ୍ରା ମୁଖି ( ୩୨ ) ପରିବାର ସଦସ୍ୟଙ୍କ ସହ ରାତି ପ୍ରୟ ସାଢେ ୮ ଟାରେ ଚାଲି ଚାଲି ଆସୁଥିଲେ। ଶିଶୁମଠ ବ୍ରିଜ ପାର ହୋଇ ବାମ ପଟ କୁସଭୁଦ୍ରା ନଦୀ ବନ୍ଧରେ ଯଜ୍ଞ ସ୍ଥଳକୁ ଆସୁଥିବା ସମୟରେ ଅନ୍ଧାର ର ସୁଯୋଗ ନେଇ ୨ ଜଣ ଦୁର୍ବୃତ୍ତ ହଠାତ ବାଇକରେ ପଛରୁ ଆସି ମହିଳାଙ୍କ ବେକରୁ ଏକ ଭରି ଓଜନର ସୁନା ଚେନ ଝାମ୍ପି ଆଖି ପିଛୁଳାକେ ବନମାଳୀପୁର ଅଭିମୁଖେ ଫେରାର ହୋଇଯାଇଛନ୍ତି।

ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରି ନିରାଶ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ର ଛାନଭିନ୍ନ ଆରମ୍ଭ କରିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ଟେର ପାଇ ନ ଥିବା ପୁଲିସ ସୂତ୍ର ରୁ ସୂଚନା ମିଳିଛି। ତେବେ ଦୀର୍ଘ ଦିନ ଅନ୍ତର ରେ ବାଲିପାଟଣାରେ ଚୋରି ରାହାଜାନି ଘଟଣା ପୁଣି ବୃଦ୍ଧି ପାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button