ଅପରାଧ

କୁଖ୍ୟାତ ଇରାନି ଗ୍ୟାଙ୍ଗର ୩ ଗିରଫ: କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟରେ କରୁଥିଲେ ଲୁଟପାଟ୍‌ – Kalinga News

[ad_1]

ମହାରାଷ୍ଟ୍ରରୁ ଆସି ଲୁଟପାଟ୍‌ କରି ପଳାଉଥିଲେ

ଭୁବନେଶ୍ବର/କଟକ: କଟକ ସହରରେ ନକଲି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କର ଏକ ଗ୍ୟାଙ୍ଗ ଧରାପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ମହାରାଷ୍ଟ୍ର ବଡ଼ଵାନିର ରାଜା ଅଲ୍ଲୀ (୨୪), ବିଦ ଜିଲ୍ଲାର ଜାଫର୍‌ ହୁସେନ୍(୪୨), ହସନ୍ ଅଲ୍ଲୀ(୨୮)। ଅଭିଯୁକ୍ତମାନେ କୁଖ୍ୟାତ ଇରାନି ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି। ଦୋଳମୁଣ୍ଡାଇ ନିକଟରେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ପରିଚୟରେ ଲୁଟ୍ ଯୋଜନା କରୁଥିବା ବେଳେ ସେମାନଙ୍କୁ ବାଦାମବାଡ଼ି ଥାନା ପୁଲିସ ଗିରଫ କରିଛି। ୨୦୨୩-୨୪ରେ କେବଳ କଟକରେ ପୁଲିସ ପରିଚୟରେ ଏମାନେ ୧୩ଟି ଲୁଟ୍ କରିଛନ୍ତି।

ସୂଚନା ଅନୁଯାୟୀ ଗତ ୧୯ ତାରିଖ ଦିନ ପ୍ରାୟ ୧୧ଟା ୫୦ରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଶିବୁ ବିଶ୍ବାସ ବାଦାମବାଡ଼ି ମୁନ୍‌ଲାଇଟ୍ ଲେନ୍‌ରେ ଥିବା ଏକ ଇମିଟେସନ୍ ଦୋକାନକୁ ପାଉଁଜି କିଣିବାକୁ ଯାଉଥିଲେ। ସେହି ସମୟରେ ତାଙ୍କ ନିକଟରେ ତିନିଜଣ ବ୍ୟକ୍ତି ପହଞ୍ଚି ନିଜକୁ ପୁଲିସ ପରିଚୟ ଦେବା ସହିତ କ୍ରାଇମବ୍ରାଞ୍ଚରୁ ଆସିଥିବା କହିଥିଲେ। ଏମାନେ ସମସ୍ତେ ସାଦା ପୋଷାକରେ ଆସିଥିଲେ। ସେମାନେ ଶିବୁଙ୍କ ବ୍ୟାଗ ଯାଞ୍ଚ କରିବେ ବୋଲି କହିଥିଲେ। ଶିବୁ ପ୍ରଥମେ ମନା କରିଥିଲେ। କ୍ରାଇମବ୍ରାଞ୍ଚ ପରିଚୟପତ୍ର ଦେଖାଇବାକୁ କହିଥିଲେ। ଏଭଳି କଥାବାର୍ତ୍ତା ଭିତରେ ଶିବୁଙ୍କ ବ୍ୟାଗକୁ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଝାମ୍ପି ନେଇଥିଲା। ଏଥିରେ ୩୦ ହଜାର ଟଙ୍କା ଥିଲା। ବ୍ୟାଗରୁ ଟଙ୍କା ନେବା ପରେ ବ୍ୟାଗକୁ ନିକଟରେ ଫିଙ୍ଗି ଏହି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହାପରେ ସେଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଦେମାଳ ଅଞ୍ଚଳର ଚନ୍ଦନ କୁମାର ପଣ୍ଡା ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ। ସେ ତେଜରାତି ବ୍ୟବସାୟୀ ସାମଗ୍ରୀ କିଣିବାକୁ ମାଲଗୋଦାମକୁ ଆସିଥିଲେ। ଦିନ ପ୍ରାୟ ୧୨ଟା ୨୦ ବେଳେ ମାଲଗୋଦାମ ଓଭର୍‌ବ୍ରିଜ ନିକଟରେ ଏହି ଗ୍ୟାଙ୍ଗ ରାସ୍ତାରେ ଅଟକାଇ ୩ ଲକ୍ଷ ଟଙ୍କା ଲୁଟି ଫେରାର୍‌ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଚନ୍ଦନ ମାଲଗୋଦାମ ଥାନାରେ ଏତଲା ଦେଇଥିଲେ। ଏହି ତିନିଜଣଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ପଚରାଉଚରା ସମୟରେ ସେମାନେ ସବୁବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଉଥିବା ସ୍ବୀକାର ଥିଲେ। ଇରାନି ଗ୍ୟାଙ୍ଗର ସଦସ୍ୟଙ୍କ ନିକଟରୁ ୧୪ ହଜାର ୯୫୦ ଟଙ୍କା, ୫ଟି ଚାଇନା ନକଲି ଅଳଙ୍କାର, ଭୁଟାନର ୫ଟି ନୋଟ୍, ଦୁଇଟି ବାଇକ୍, ହାତ ଘଣ୍ଟା, ବ୍ୟକ୍ତିଗତ କାଗଜପତ୍ର, ଦୁଇଟି ସୁନାମୁଦି, ଚମଡ଼ା ବ୍ୟାଗ୍, ଦୁଇଟି ନମ୍ବର ପ୍ଲେଟ୍, ତିନୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଏହି ଗ୍ୟାଙ୍ଗ ବିରୋଧରେ ବାଦାମବାଡ଼ି ଥାନାରେ ୪ଟି, ସହିଦନଗର ଥାନାରେ ଗୋଟିଏ, ଲାଲବାଗ ଥାନାରେ ଦୁଇଟି, ମାଲଗୋଦାମ ଥାନାରେ ଚାରିଟି, ପୁରୀଘାଟ ଥାନାରେ ଦୁଇଟି, ମଙ୍ଗଳାବାଗ ଥାନାରେ ଗୋଟିଏ ଠକେଇ, ଲୁଟ୍ ଓ ଡକାୟତି ମାମଲା ରହିଛି।

ଏହି ଇରାନି ଗ୍ୟାଙ୍ଗ ନୂଆପଡ଼ା ଜୋଙ୍କ ଥାନା ଅନ୍ତର୍ଗତ ଖରିଆର ରୋଡ୍‌ରେ ରହୁଥିଲେ। ସେଠାରେ ପୁଲିସ ବାରମ୍ବାର ଚଢ଼ଉ କରୁଥିବାରୁ ଏମାନେ ମହାରାଷ୍ଟ୍ରକୁ ପଳାଇଯାଇଛନ୍ତି। ସେଠାରୁ ଏମାନେ ନିୟମିତ ବ୍ୟବଧାନରେ କଟକକୁ ଟ୍ରେନ୍‌ରେ ଆସୁଛନ୍ତି। କଟକ ଷ୍ଟେସନ୍‌ରେ ଥିବା ପାର୍କିଂ ଅଞ୍ଚଳରେ ଏମାନେ ଏକ ବାଇକ୍ ରଖିଯାଉଛନ୍ତି। ଏହି ବାଇକ୍‌ରେ ସେମାନେ କଟକ ସହରରେ ଲୁଟି ପୁଣି ଷ୍ଟେସନ୍‌ରେ ବାଇକ ରଖି ଫେରି ଯାଉଥିଲେ। ବିଦ ଅଞ୍ଚଳର ଜାଫର୍‌ ହେଉଛି ଏହି ଗ୍ୟାଙ୍ଗର ସର୍ଦ୍ଦାର। ଏହି ଗ୍ୟାଙ୍ଗକୁ ଏସିପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ବରେ ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳଙ୍କ ସମେତ ଏକ ଟିମ୍ କାବୁ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button