ଅପରାଧ

ବାପା-ମା’ ଛେଉଣ୍ଡ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିବାହିତ ଯୁବକ ଫେରାର – Kalinga News

[ad_1]

ଯୌତୁକ ଦାବି ନେଇ ଥାନାରେ ମାମଲା ରୁଜୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅନ୍ତର୍ଗତ ଜଟେସିଙ୍ଘା ଅଞ୍ଚଳରେ ବାପା-ମା’ ଛେଉଣ୍ଡ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ନିଜ ଭଉଣୀ ଘରେ ରହୁଥିବା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଜଣେ ବିବାହିତ ଯୁବକ ବାରମ୍ବାର ଶାରୀରିକ ସଂପର୍କ ରଖିବା ପରେ ଏବେ ପ୍ରତାରଣା କରିଛି। ଘଟଣା ପଦାରେ ପଡ଼ିବାରୁ ଥାନାରେ ମାମଲା ରୁଜୁ ହେଲା ପରେ ଅଭିଯୁକ୍ତ ଫେରାର ହୋଇଛି।

ସୂଚନା ଅନୁସାରେ ବିବାହିତ ଯୁବକ ତଥା ଅଭିଯୁକ୍ତ ଦାସରଥୀ ମିର୍ଦ୍ଧା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଯେତେବେଳେ ଘଟଣା ବିଷୟରେ ଜଣାପଡ଼ିଲା ନାବାଳିକାକୁ ଦାସରଥୀ କହିଥିଲା, ମୁଁ ବିବାହିତ। ତୋତେ ବିବାହ କରିପାରିବି ନାହିଁ। ପୀଡ଼ିତାର ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ଅଧିକ ତଦନ୍ତ ଚଳାଇଛନ୍ତି। ନାବାଳିକାର ଆସନ୍ତାକାଲି (ଶନିବାର) ଡାକ୍ତରୀ ମାଇନା କରାଯିବ ବୋଲି ଜଣାପଡିଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍ ଛାନ୍‌ଭିନ ଜାରି ରଖିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଯୌତୁକ ଦାବି ନେଇ ବୀରମହାରାଜପୁର ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଚମ୍ପାପୁରର ଶ୍ୟାମସୁନ୍ଦର ମହାପାତ୍ରଙ୍କ ଝିଅ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାପାତ୍ର ସୋନପୁର ଥାନା ଖମ୍ବେଶ୍ୱରୀପାଲି ଗ୍ରାମର ଅର୍ଜ୍ଜନ ମିଶ୍ରଙ୍କ ପୁଅ ସୋମନାଥଙ୍କୁ ୨୦୧୬ରେ ବୈଦିକ ରୀତିରେ ବିବାଦ କରିଥିଲେ। ବିବାହର କିଛି ଦିନ ପରେ ଭାରତୀୟ ରେଳରେ କାର୍ଯ୍ୟରତ ସୋମନାଥ ଓ ତାଙ୍କ ପରିବାର ଲୋକେ ପ୍ରଜ୍ଞାଙ୍କୁ ଶାରିରୀକ ଓ ମାନଶିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ବାରମ୍ବାର ଆପୋଷ ମିଳାମିଶା ମଧ୍ୟରେ ସମାସ୍ୟାର ସମାଧାନ ନହେବାରୁ ଶୁକ୍ରବାର ଦିନ ଶ୍ରୀମତୀ ମହାପାତ୍ର ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଜ୍ଞାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜ୍ଜୁ କରିଛି। ସବ୍ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଦିଗାଲ ଏହି ମାମଲାର ତଦନ୍ତ ଚଳାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button