ଅପରାଧ

ଭଙ୍ଗାଯିବ ଗ୍ୟାଙ୍ଗଷ୍ଟାରର ସ୍ବପ୍ନର ଘର; ପ୍ରିୟ ଅଭିନେତାଙ୍କ ଘରର ନାମ ଅନୁସାରେ ରଖିଥି‌ଲେ କୋଠାର ନାମ – Kalinga News

[ad_1]

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ବେଆଇନ ସମ୍ପତ୍ତି ଉପରେ ପୁଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି। ସମ୍ପ୍ରତି ଖବର ଆସିଛି କି ଅତିକର ଗ୍ରେଟର ନୋଏଡା ସେକ୍ଟର-୩୬ସ୍ଥିତ କୋଠା ଉପରେ ଉତ୍ତରପ୍ରଦେଶ ପୁଲିସ ବୁଲଡୋଜର ଚଢ଼ାଇବାକୁ ପ୍ରସ୍ତୁତ ହୋଇଛି।

ଏହି କୋଠାର ମୂଲ୍ୟ ୩.୭ କୋଟି ଟଙ୍କା ରହିଥିବା ବେଳେ ନାମ ରହିଛି ମନ୍ନତ। ମନ୍ନତ ଯାହାକି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବଙ୍ଗଳାର ନାମ । ତେବେ ଅତିକ ଶାହାରୁଖଙ୍କ ବଡ଼ ପ୍ରଶଂସକ । ‌ତେଣୁ ସେ ବି ତାଙ୍କର ସବୁଠାରୁ ପସନ୍ଦର ଘରକୁ ପ୍ରିୟ ଷ୍ଟାରଙ୍କ ଘରର ନାମ ଅନୁସା‌ରେ ମନ୍ନତ  ଦେଇଥିଲେ।

ସୂଚନାଯୋଗ୍ୟ, ୧୯୯୪ ମସିହାରେ ଅତିକ ପୁଅର ପାଠପଢ଼ା ପାଇଁ ଏହି ଘରକୁ କିଣିଥିଲେ। କିନ୍ତୁ ଏହି କୋଠ‌ାରେ ପୁଅର ପାଠପଢ଼ିବା ବଦଳରେ ଅଧିକ ବେଆଇନ କାମ ସବୁ ଚାଲିଥିଲା। ଜମିର ଯେକୌଣସି ଡିଲ ଏହି କୋଠାରେ ହିଁ ଫାଇନାଲ ହୋଇଥାଏ। ଧୀରେଧୀରେ ଏହି କୋଠା ଅପରାଧିକ ଆଡ୍ଡା ପାଲଟି ଯାଇଥିଲା।

ତେବେ କୁହାଯାଉଛି କି ଗତବର୍ଷ  ଉମେଶ ପାଲ ହତ୍ୟାକାଣ୍ଡ ପରେ ଅତିକର ପୁଅ ଅସଦ ଓ ସୁଟର ଗୁଲାମ କ‌ାନପୁର ହୋଇ ଗ୍ରେଟର ନୋଏଡାସ୍ଥିତ ମନ୍ନତ କୋଠାକୁ ଆସିଥିଲେ। ପୁଲିସର ଯାଞ୍ଚରୁ ଜଣାପଡ଼ିଥିଲା କି ଏଠାରେ ଟଙ୍କା ଲୁଚାଇ ରଖାଯାଇଥିଲା। ଯାହାକୁ ନେବାପାଇଁ ଦୁହେଁ ଏଠାକୁ ଆସିଥିଲେ ତା’ପରେ ଫେରାର ହୋଇଯାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button