ରାଜନୀତି

ନବୀନଙ୍କ ନାମାଙ୍କନ ଆଜି – Kalinga News

[ad_1]

Naveen’s nomination today

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ଆସନ୍ତାକାଲି (ଏପ୍ରିଲ୍ ୩୦) ନାମାଙ୍କନ ଦାଖଲ କରିବେ। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ। ସେଠାରୁ କାର୍‌ରେ ମା’ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ଦକ୍ଷିଣା‌ଞ୍ଚଳ ଆଇଜି ଜୟନାରାଣ ପଙ୍କଜ ଓ ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ଅସ୍ଥାୟୀ ହେଲିପ୍ୟାଡ୍ ଅଞ୍ଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରାଣୀ ଏବଂ ଛତ୍ରପୁରରେ ୧୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସେହିପରି ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ ଜଣ ଡିଏସ୍‌ପି, ୧୭ ଇନ୍ସପେକ୍ଟର, ୬୨ ଜଣ ଏସ୍‌ଆଇଙ୍କୁ ମିଶାଇ ୯୦ ଅଫିସର ଏବଂ ୨ଟି ଏସ୍‌କର୍ଟ ଗାଡ଼ିର ବ୍ୟବସ୍ଥା ହୋଇଥିବା ଗଞ୍ଜାମ ଏସ୍‌ପି ଶ୍ରୀ ମୀନା ସୂଚନା ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button