ଅପରାଧ

କର୍ଣ୍ଣାଟକ ରାଜନୀତିରେ କମ୍ପନ: ଜେଡିଏସ୍ ସାଂସଦଙ୍କ ୩୦୦୦ ସେକ୍ସ ଭିଡିଓ! – Kalinga News

[ad_1]

ଦେବେଗୌଡ଼ାଙ୍କ ସାଂସଦ, ନାତି ଫେରାର ବିଜେପି ଅଡ଼ୁଆ ବଢ଼ିଲା

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି(ଏସ୍‌)ର ପ୍ରିତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନା ଏକ ବଡ଼ ଧରଣର ‌ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି। ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ବଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ତୀବ୍ର ସମାଲୋଚନାର ଶିକାର ହେବାପରେ ଉଭୟ ଦଳ ପ୍ରଜ୍ବଳ କେଳେଙ୍କାରୀରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

ଏଚ୍‌ଡି ରେବନ୍ନା ଏବଂ ପୁଅ ପ୍ରଜ୍ବଳଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଆଜି ଆଉ ଏକ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି। ପ୍ରଜ୍ବଳଙ୍କ ପାଖରେ ଥିବା ଏକ ପେନ୍‌ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଛି। ମହିଳାଙ୍କୁ ବ୍ଲାକମେଲ୍ କରିବା ପାଇଁ ରେବନ୍ନା ଏହାକୁ ବ୍ୟବହାର କରିଥିବା କୁହାଯାଉଛି। ଏହାର ଫୁଟେଜ୍ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଦେବରାଜେ ଗୌଡ଼ା ନାମକ ଜଣେ ବିଜେପି ନେତା କହିଛନ୍ତି ଯେ ପ୍ରଜ୍ୱଳ ରେବନ୍ନାଙ୍କ ସମେତ ଦେବେଗୌଡା ପରିବାରର ଅନେକ ନେତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି। ପେନ୍‌ଡ୍ରାଇଭ୍‌ରେ ମୋଟ ୨,୯୭୬ଟି ଭିଡିଓ ଥିଲା। ଫୁଟେଜରେ କିଛି ମହିଳା ସରକାରୀ ଅଧିକାରୀ ମଧ୍ୟ ଅଛନ୍ତି। ସେମାନଙ୍କୁ ବ୍ଲାକ୍‌ମେଲ୍‌ କରି ଯୌନକାର୍ଯ୍ୟରେ ଲିପ୍ତ କରିବା ପାଇଁ ଏହି ଭିଡିଓଗୁଡ଼ିକୁ ବ୍ୟବହାର କରାଯାଉଥିଲା। ଏହି ଭିଡିଓ ଓ ଫଟୋ ଥିବା ଆଉ ଏକ ପେନ୍‌ଡ୍ରାଇଭ୍ କଂଗ୍ରେସର ଜାତୀୟ ନେତାଙ୍କ ପାଖରେ ପହଞ୍ଚିଛି। କଂଗ୍ରେସ ଏହି ଭିଡିଓଗୁଡ଼ିକୁ ‘ବ୍ରହ୍ମାସ୍ତ୍ର’ ଭାବରେ ବ୍ୟବହାର କରିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ ଦେବେ‌ଗୌଡ଼ାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ମହିଳା ଜଣକ ଅଭିଯୋଗ କରିଥିଲେ ଯେ ‌ରେବନ୍ନା ଓ ତାଙ୍କ ପୁଅ ପ୍ରଜ୍ବଳ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ମହିଳା ସହାୟିକ‌ାମାନଙ୍କୁ ଯୌନ ନିର୍ଯାତନା ‌ଦେଇ ଆସୁଥିଲେ। ତାଙ୍କର ଅଭିଯୋଗକୁ ଭିତ୍ତି କରି ପୁଲିସ ବିଭିନ୍ନ ଦଫାରେ ମାମଲା‌ ରୁଜ୍ଜୁ କରିଛି। ଏହି ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ମଧ୍ୟ ସ୍ବତନ୍ତ୍ର ଟିମ୍ (ଏସ୍‌ଆଇଟି) ଗଠନ କରିଛନ୍ତି। ଏହାକୁ ନେଇ ଉଭୟ ଜେଡିଏସ୍ ଏବଂ ବିଜେପି ଅଡ଼ୁଆରେ ପଡ଼ିଥିବା ବେଳେ ଆଜି ପ୍ରଜ୍ବଳଙ୍କ ନୂଆ ଯୌନ କେଳେଙ୍କାରୀ ସାମନାକୁ ଆସିଛି। ଅନ୍ୟପକ୍ଷ‌ରେ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଦେବେଗୌଡ଼ାଙ୍କ ବିଧାୟକ ପୁଅ ରେବନ୍ନା। ସେ କହିଛନ୍ତି ‌ଯେ ପରିବାରକୁ ବଦାନମ କରିବା ଲାଗି ସେ ଓ ତାଙ୍କ ପୁଅ ପ୍ରଜ୍ବଳଙ୍କ ବିରୋଧରେ ଏଭଳି ଅଭିଯୋଗ କରାଯାଇଛି। ଆଜି ଯେଉଁ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି, ତାହା ହେଉଛି ୪-୫ ବର୍ଷର ପୁରୁଣା। ଏହି ମାମଲାରେ ସଫେଇ ଦେଇ ଏଚ୍‌ଡି ରେବନ୍ନା କହିଛନ୍ତି, ମୁଁ ଜାଣିଛି ଇଏ କି ପ୍ରକାର ଷଡ଼୍‌ଯନ୍ତ୍ର ରଚନା କରାଯାଇଛି। ମୁଁ ଏଥିରେ ନାହିଁ, ଯାହା ଫଳରେ ମୁଁ ଡରିଯିବି ଓ ପଳାଇଯିବି। ସେମାନେ ୪-୫ ବର୍ଷର ପୁରୁଣା ଭିଡ଼ିଓ ଜାରି କରିଛନ୍ତି। ସେ କହିଛନ୍ତି, ପ୍ରଜ୍ବଳଙ୍କର ବିଦେଶ ଯିବାର ଥିଲା। ତାଙ୍କୁ ଜଣା ନ ଥିଲା ଯେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହେବାକୁ ଯାଉଛି। ତାଙ୍କୁ ଦଳରୁ ବହିଷ୍କାର କରାଯିବ କି ନାହିଁ, ସେ ବିଷୟରେ ରେବନ୍ନା କହିଛନ୍ତି ଯେ ତା’ ଉପରେ ଦଳ ନିଷ୍ପତ୍ତି ନେବ। ଅନ୍ୟପକ୍ଷରେ ‌ରେବନ୍ନାଙ୍କ ଭାଇ ତଥା ଜେଡିଏସ୍ ନେତ‌ା କୁମାରସ୍ବାମୀ ସୂଚନା ଦେଇଛନ୍ତି ଯେ ପ୍ରଜ୍ବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button