ରାଜନୀତି

ସରପଞ୍ଚ ହେବାକୁ ସିଦ୍ଧାନ୍ତଙ୍କ ଇଚ୍ଛା – Kalinga News

[ad_1]

ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡିରୁ ବିଧାୟକ ହୋଇଛନ୍ତି। ଆଜି ବିଧାୟକଭାବେ ଶପଥ ନେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଥାଏ ଉଭୟ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହେବା। ସାଂସଦ ହେବା ବେଳେ ଦେଶ ପାଇଁ କିଛି କରିବାକୁ ସୁଯୋଗ ମିଳିଥିଲା, ବିଧାୟକ ହୋଇଥିବାରୁ ମୋ ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ ପାଇଁ କିଛି କରିବାର ସୁଯୋଗ ମିଳିଛି। ଏବେ ଜୀବନରେ ଥରେ ସରପଞ୍ଚ ହେବାକୁ ଚାହୁଛି। ଆମର ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ସାଂସଦରୁ ବିଧାୟକ ହୋଇଛି। କେବେ ଯଦି ସୁଯୋଗ ମିଳିବ ତା’ହେଲେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହୋଇ ସେ ଅନୁଭୂତି ହାସଲ କରିବାକୁ ଚାହିଁବି। ସୂଚନାଯୋଗ୍ୟ ଯେ ପୂର୍ବରୁ ସିଦ୍ଧାନ୍ତ ସରପଞ୍ଚ ବାବୁ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର କରିଥିବାବେଳେ ଏଥିରେ ସେ ସରପଞ୍ଚ ଭୂମିକାରେ ଅଭିନୟ କରିଥିଲେ। ଯାହା ଦର୍ଶକଙ୍କ ଦ୍ବାରା ବେଶ୍ ପସନ୍ଦ ହୋଇଥିଲା। ସିଦ୍ଧାନ୍ତ ଆଜି ସାଇକେଲ୍ ଚଳାଇ ବିଧାନସଭାକୁ ଆସିଥିଲେ। ସେ କହିଛନ୍ତି ଯେ ମୋ ଘର ବିଧାନସଭାରୁ ମାତ୍ର ଦେଢ଼ କିଲୋମିଟର ଦୂର। ‌େତଣୁ ଗାଡ଼ି କାହିଁକି ନେଇକି ଆସିବି? ମୁଁ ଚାହିଁବି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସବୁଦିନ ମୁଁ ସାଇକେଲ୍‌ ନେଇ ଆସିବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button