ମନୋରଞ୍ଜନ

ସିନେମା ଦୁନିଆକୁ ନେଇ ଜୟାଙ୍କ ଅଭିଯୋଗ – Kalinga News

[ad_1]

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କ କ୍ୟାରିୟରରେ ଏକାଧିକ ସଫଳ ସିନେମା ଭେଟି ଦେଇଛନ୍ତି। ଏହା ସତ୍ତ୍ବେ ବି ସେ ସିନେମା ଦୁନିଆକୁ ନେଇ ସନ୍ତୋଷ ନଥିବା କହିଛନ୍ତି।

ଜୟା ବଚ୍ଚନଙ୍କ କହିବାନୁସାରେ ସେ ଯେଉଁ ଅନୁପାତରେ କାମ କରିଛନ୍ତି ସେ ଅନୁଯାୟୀ ତାଙ୍କୁ ପରିଚୟ କି ଶ୍ରେୟ ମିଳିନାହିଁ। ଜୟା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ଯେତେବେଳେ ଜଣେ କଳାକାରଙ୍କୁ କାମ କଲା ପରେ ବି ପରିଚୟ ମିଳି ନଥାଏ ଖରାପ ଲାଗିଥାଏ। ମୋତେ ବି ଖରାପ ଲାଗିଛି। ଏମିତି କରିବା ଠିକ ନୁହେଁ। ମୁଁ ଅନେକ ହିନ୍ଦୀ ସିନେମାରେ କାମ କରିଛି ଓ କରୁଛି ମଧ୍ୟ। ଏହାପରେ ବି ଲୋକେ ମୋ କାମକୁ ନେଇ ପ୍ରଂଶସା କରନ୍ତି କିନ୍ତୁ ଶ୍ରେୟ ଦେବାକୁ ପଛଘୁଞ୍ଚା ଦିଅନ୍ତି।

ନିକଟରେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। କାର୍ଯ୍ୟକାଳର ଶେଷ ଦିନରେ ସମସ୍ତ ସଦସ୍ୟଙ୍କୁ ସେ କ୍ଷମା ମାଗିଥିଲେ।  ଜୟା ସମସ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗି କହିଥିଲେ, “ଲୋକମାନେ ମୋତେ ପଚାରନ୍ତି ମୁଁ କାହିଁକି ଏତେ ରାଗିଯାଏ। ଏହା ମୋର ସ୍ୱଭାବ, ମୋତେ ଯଦି କୌଣସି କଥା କି କାମ ଭଲ ଲାଗେ ନାହିଁ ମୁଁ ହଠାତ୍ କ୍ରୋଧିତ ହୋଇଯାଏ। ଏହି ସମୟରେ ସାକମ୍ନାରେ ଯିଏ ଆସନ୍ତି ତାଙ୍କ ଉପରେ ମୋର ରାଗ ସୁଝାଇ ଦେଇଥାଏ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button