ଦେଶ- ବିଦେଶ
ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ, ୨୩ ଆହତ – Kalinga News

[ad_1]
ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି। ଛତିଶଗଡ଼ର ବେମେତରା ଜିଲ୍ଲାରେ ଆଜି ଏହି ଦୁର୍ଘଟଣା ହୋଇଛି। ମୃତକମାନେ ଏକ ପାରିବାରିକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ନିଜ ଘରକୁ ଫେରୁଥିଲେ। ସେମାନେ ଏକ ମାଲବାହୀ ଗାଡ଼ିରେ ଯାତ୍ରା କରୁଥିବାବେଳେ ସେମାନଙ୍କ ଗାଡ଼ି ବେମେତରା ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଉଛନ୍ତି ପଥରା ଗ୍ରାମ ବାସିନ୍ଦା। ସେମାନେ ତିରେୟା ଗ୍ରାମରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ହୋଇଛି।
[ad_2]