ଇରାଙ୍କୁ ବିବାହ ପାଇଁ ହାଫ ପ୍ୟାଣ୍ଟ ଓ ଗଞ୍ଜିରେ ଦୌଡ଼ିଦୌଡ଼ି ଆସିଥିବାର କାରଣ କହିଲେ ଅମୀରଙ୍କ ଜ୍ବାଇଁ – Kalinga News
[ad_1]
ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଘରେ ଖୁସିର ବାତାବରଣ ରହିଛି। କାରଣ ତାଙ୍କ ଅଲିଅଳି କନ୍ୟା ଇରା ଖାନ ଦୀର୍ଘଦିନର ପ୍ରେମିକଙ୍କୁ ଗତ ଜାନୁଆରି ୩ ତାରିଖରେ ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ୍ କରିଥିବା ବେଳେ ଏବେ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ବି ଜୋର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରେଜିଷ୍ଟରରେ ଦସ୍ତଖତ କରି ଇରାଙ୍କୁ ରାଜା ନୂପୁର ନିଜର ଜୀବନସାଥୀ କରିଛନ୍ତି । ତେବେ ଏହି ବିବାହ ପାଇଁ ନୂପୁର ହାଫ ପ୍ୟାଣ୍ଟ ଓ କଳାରଙ୍ଗର ଗଞ୍ଜି ପିନ୍ଧି ୮କିମି ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଇରାଙ୍କ ପାଖରେ ପହଞ୍ଚିଥିଲେ। ଏହି ସମୟର ଏକ ଭିଡିଓ ବି ଭାଇରାଲ ହୋଇଛି।କୋର୍ଟ ମ୍ୟାରେଜ୍ ପରେ ଦୁହିଁଙ୍କ ଉଦୟପୁରରେ ଧୁମଧାମରେ ବିବାହ ହେବ। ଏଥିପାଇଁ ଜାନୁଆରି ୭ ତାରିଖରୁ ବିବାହ ପାଇଁ କାର୍ଯ୍ୟକ୍ରମ ସବୁ ଆରମ୍ଭ ହୋଇଗଲାଣି।
ତେବେ ଇରାଙ୍କୁ କୋର୍ଟ ମ୍ୟାରେଜ କରିବା ପାଇଁ ନୂପୁର ଏପରି କାହିଁକି ଦୌଡ଼ି ଦୌଡ଼ି ଆସିଥିଲେ ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ପ୍ରସଙ୍ଗରେ ନୂପୁର ଅର୍ଥାତ ଅମୀରଙ୍କ ଜ୍ବାଇଁ କହିଛନ୍ତି, ‘ମୁଁ ଯେଉଁ ରାସ୍ତାରେ ଦୌଡ଼ି ଦୌଡ଼ି ଇରାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲି। ସେହି ରାସ୍ତାରେ ମୋର ଏକ ସ୍ବତନ୍ତ୍ର ସଂଯୋଗ ଅଛି। ତେଣୁ ମୁଁ ଜଣେ ଫିଟନେସ ଟ୍ରେନର ହେତୁ ହାଫ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି ଜଗିଂ କରି କରି ସେହି ରାସ୍ତା ଦେଇ ମୋର ଜୀବନର ସ୍ବତନ୍ତ୍ର ଦିନରେ ସାମିଲ ହେବାକୁ ପହଞ୍ଚିଥିଲି। ’
[ad_2]