ଖେଳ ଖବର

ଏପ୍ରିଲ ଶେଷ ସୁଦ୍ଧା ଦଳ ଘୋଷଣା: ଆଇପିଏଲ୍ ପ୍ରଥମାର୍ଦ୍ଧ ପ୍ରଦର୍ଶନ ବିଚାରକୁ ନିଆଯିବ – Kalinga News

[ad_1]

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବାକୁ ଥିବା ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ୧୫ ଜଣିଆ ଭାରତୀୟ ଦଳ ଘୋଷଣା ଏପ୍ରିଲ ଶେଷ ସୁଦ୍ଧା କରାଯିବ। ଏଥିଲାଗି ମେ ପହିଲା ଶେଷ ତାରିଖ ରହିଛି। ତେବେ ମେ ୨୫ ସୁଦ୍ଧା ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ଏଥିରେ ଅଦଳ ବଦଳ କରିବାର ଝରକା ରହିବ। ଏହା ପରେ କିନ୍ତୁ ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ବିଷୟରେ ସୂଚନା ଦେବାକୁ ଯାଇ ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଭାରତୀୟ ଦଳ ଘୋଷଣା ଏପ୍ରିଲ ଶେଷ ସପ୍ତାହରେ କରାଯିବ। ଏହି ସମୟ ସୁଦ୍ଧା ଆଇପିଏଲ୍‌ର ପ୍ରଥମାର୍ଦ୍ଧ ଶେଷ ହୋଇସାରିଥିବ ଏବଂ ଜାତୀୟ ଚୟନକର୍ତ୍ତା ଆଶାୟୀଙ୍କ ଫର୍ମ ଓ ଫିଟନେସ୍‌କୁ ଆକଳନ କରିବାର ସ୍ଥିତିରେ ଥିବେ। ମେ ୧୯ରେ ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟ ଶେଷ ହେବାର ଠିକ୍ ପରେ ପରେ କିଛି ଖେଳାଳି ଆଗୁଆ ନ୍ୟୁୟର୍କ ଯାତ୍ରା କରିବେ। ଯେଉଁ ଦଳଗୁଡ଼ିକ ନକ୍‌ଆଉଟ୍ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ, ସେହି ଦଳର ଭାରତୀୟ ଖେଳାଳିମାନେ ହିଁ ଗତବର୍ଷର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଭଳି ଆଗୁଆ ପ୍ରତିଯୋଗିତା ଆୟୋଜନ ସ୍ଥଳକୁ ଯିବେ। ବିଶ୍ବକପ୍ ସୁଦୂର ଆମେରିକା, ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳ ସହ କିଛି ସଂରକ୍ଷିତ ଖେଳାଳି ମଧ୍ୟ ରହିବେ। ଯଦି କୌଣସି ଖେଳାଳି ଅସୁସ୍ଥ କିମ୍ବା ଆହତ ହୁଅନ୍ତି, ଦୂରତା ଦୃଷ୍ଟିରୁ ତାଙ୍କୁ ବଦଳାଇବା ଆଦୌ ସହଜ ହେବନି। ସେହି ଦୃଷ୍ଟିରୁ ଏଥର ସଂରକ୍ଷିତ ଖେଳାଳି ସଂଖ୍ୟା ବଢ଼ିପାରେ। ସେହିଭଳି ବିଶ୍ବକପ୍‌ର ସବୁ ମ୍ୟାଚ୍ ବେଳେ ଜାତୀୟ ଚୟନକର୍ତ୍ତା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହିବେ। ଗତ ବିଶ୍ବକପ୍ ଗୁଡ଼ିକ‌ରେ କିନ୍ତୁ ଚୟନକର୍ତ୍ତାମାନେ କିଛି ହାତଗଣତି ମ୍ୟାଚ୍‌ ଦେଖିବାକୁ ଯାଉଥିଲେ। ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକୁ ଟେଲିଭିଜନ୍‌ ପରଦାରେ ଦେଖି ଖେଳାଳିଙ୍କ ପ୍ରଦର୍ଶନ ପରଖୁଥିଲେ। ଏଥର ଏହି ଧାରା ବଦଳିବ।

ଆଇପିଏଲ୍ ପ୍ରଥମାର୍ଦ୍ଧ ପ୍ରଦର୍ଶନ ବିଚାରକୁ ନିଆଯିବ
ଆଗୁଆ ଇଣ୍ଡିଜ୍ ଓ ଆମେରିକା ଯିବେ କିଛି ଖେଳାଳି
ସବୁ ମ୍ୟାଚ୍ ଦେଖିବେ ଜାତୀୟ ଚୟନକର୍ତ୍ତା
ଜୁନ୍ ୫ରୁ ଅଭିଯାନ ଆରମ୍ଭ କରିବ ଭାରତ

ଏପର୍ଯ୍ୟନ୍ତ କିନ୍ତୁ କୌଣସି ଖେଳାଳିଙ୍କୁ କିଛି ନିର୍ଦ୍ଦେଶ ଦିଆଯାଇନାହିଁ। ସଂପ୍ରତି ସେମାନେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ଅଧୀନରେ ଖେଳୁଥିବାରୁ ସେମାନଙ୍କ ଫିଟ୍‌ନେସ୍ ଉପରେ ବିସିସିଆଇର କୌଣସି ନିୟନ୍ତ୍ରଣ ନାହିଁ। ଯଦି କୌଣସି ଚୁକ୍ତିଭୁକ୍ତ ଖେଳାଳି ଆଇପିଏଲ୍‌ରେ ଆହତ ହୁଅନ୍ତି, ତାଙ୍କ ଉପରେ ଜାତୀୟ କ୍ରିକେଟ୍ ଏକାଡେମିର ଡାକ୍ତରୀ ଦଳ ତୀକ୍ଷ୍ଣ ନଜର ରଖିବେ। ଏମାନଙ୍କ ସହ ଭାରତ ‘ଏ’ ଓ ଉଦୀୟମାନ ଭାରତୀୟ ଦଳର ଖେଳାଳିମାନେ ଯଦି ଆହତ ହୁଅନ୍ତି, ତା‌ହେଲେ ଫ୍ରାଞ୍ଚାଇଜ୍‌ ତୁରନ୍ତ ଏହି ବିଷୟ ବିସିସିଆଇକୁ ଜଣାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ବ ନେବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ବିରାଟ କୋହଲିଙ୍କୁ ନେଇ ଏବେବି ସନ୍ଦେହ ରହିଛି। ଚଳିତ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚ୍‌ରେ କୋହଲି ଚମତ୍କାର ପ୍ରଦର୍ଶନ କରିଥିବାରୁ ଚୟନକର୍ତ୍ତା ତାଙ୍କୁ ଛାଡ଼ି ଦଳ ଘୋଷଣା କରିବା ସେତେଟା ସହଜ ହେବନି। ରୋହିତ ମଧ୍ୟ କୋହଲିଙ୍କୁ ବିଶ୍ବକପ୍ ଦଳରେ ନେବାକୁ ଚାହୁଥିବା ପୂର୍ବରୁ ସଙ୍କେତ ଦେଇସାରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜୁନ୍ ୧ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ଏଥିରେ ୨୦ ଦଳ ଅଂଶଗ୍ରହଣ କରିବେ ଏବଂ ୫୫ ମ୍ୟାଚ୍ ଖେଳାଯିବ। ଭାରତ ଜୁନ୍ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button