ଖେଳ ଖବର

ଶୁବମନ ଗିଲ୍‌ ସାଜିଲେ ଗାୟକ, ଈଶାନ କିଶନ ହେଲେ ଡ୍ୟାନ୍ସର: ଜନ୍ମଦିନରେ ଏମିତି ମଜାମସ୍ତି କଲେ ଦୁଇ ଖେଳାଳି

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ଶୁବମନ ଗିଲଙ୍କ ୨୫ ବର୍ଷରେ ପାଦ ଥାପିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଶୁବମନ ଗିଲ ଜନ୍ମଦିନକୁ ଭିନ୍ନ ଅନ୍ଦାଜରେ ସେଲିବ୍ରେଟ କରିଥିଲେ । ଗିଲ୍‌ ନିଜ ଜନ୍ମଦିନରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଲ୍ଲୀପ ଟ୍ରଫି ମ୍ୟାଚ ଖେଳୁଥିଲେ । ମ୍ୟାଚ ସରିବା ପରେ ସାଥି ଖେଳାଳିଙ୍କ ସହିତ ଜନ୍ମଦିନ ପାର୍ଟି କରିଥିଲେ ।

ଯାହାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଗିଲ୍‌ କେକ୍‌ କାଟୁଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଈଶାନ କିଶନଙ୍କ ସହିତ ଗୀତ ଏବଂ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଶୁବମନ ଗିଲଙ୍କ ଜନ୍ମଦିନ ପାର୍ଟିରେ ଦୁଲ୍ଲୀପ ଟ୍ରଫିର ଇଣ୍ଡିଆ ଏ’ର ଖେଳାଳି କେଏଲ ରାହୁଲ ଏନଜୟ କରୁଥିବାର ନଜର ଆସିଛନ୍ତି । ଶୁବମନଙ୍କ ସହିତ ପାର୍ଟିରେ ଈଶାନ କିଶନ ମଧ୍ୟ ମସ୍ତି ମଜାକ କରୁଥିବାର ନଜର ଆସିଛନ୍ତି । କିଶନ ଏବଂ ଗିଲଙ୍କ ଯୋଡିଙ୍କ ପୁରୁଣା ଭିଡିଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥର ମଧ୍ୟ ଏକାସାଥିରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଦୁଇ ଜଣ ଖେଳାଳି ଏକାସାଥିରେ ଗୀତ ଗାଇ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଈଶାନ ଏବଂ କେଏଲ ରାହୁଲଙ୍କ ସହିତ ଗିଲଙ୍କର କିଛି ସାଙ୍ଗ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ ତାରିଖରୁ ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ପାଇଁ ଟିମ୍‌ ଘୋଷଣା ହୋଇସାରିଛି । ବିସିସିସିଆଇ ପ୍ରଥମ ମ୍ୟାଚ ପାଇଁ ୧୬ ଖେଳାଳିଙ୍କୁ ଚୟନ କରିଛି । ଦୁଲ୍ଲୀପ ଟ୍ରଫିରେ ପରଫର୍ମ କରୁନଥିବା ବେଳେ ମଧ୍ୟ ଶୁବମନ ଗିଲଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇଛି ।

ଭାରତୀୟ ଟିମର ଅଧିନାୟକତ୍ୱ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଟିମରେ ଉପ ଅଧିନାୟକ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଟି୨୦ ଏବଂ ଦିନିକିଆ ଭଳି ଟେଷ୍ଟ ପାଇଁ ଗିଲଙ୍କୁ ଉପଅଧିନାୟକ ଚୟନ କରାଯାଇପାରେ । ବୁମରାଙ୍କ ଠାରୁ କାମର ଚାପ କମ୍‌ କରିବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button