ଅପରାଧ

ଜାମିନରେ ଗଲେ ମହମ୍ମଦ ମୋକିମ୍ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ଉନ୍ନୟନ ନିଗମ(ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ପାଇବାପରେ କୋର୍ଟଙ୍କ ନିର୍ଦେଶକ୍ରମେ ବିଧାୟକ ମହମ୍ମଦ ମୋକିମ୍‌ ଆଜି ସ୍ପେସାଲ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଦୁଇଲକ୍ଷ ଟଙ୍କା ଜରିମାନା ଦେଇ ସେ ଜାମିନ ପାଇଛନ୍ତି। ଉଲ୍ଲେଖନୀୟ ଯେ ୨୦୦୫ ମସିହାରେ ଓଆର୍‌ଏସ୍‌ଡିସି ଠାରୁ ଦେଢ଼କୋଟି ଟଙ୍କା ଋଣ ଠକେଇ ମାମଲାରେ ମୋକିମ୍‌ଙ୍କୁ ସ୍ପେସାଲ ଭିଜିଲାନ୍ସ କୋର୍ଟ ୩ ବର୍ଷ ସଜା ଶୁଣାଇଥିଲେ।

ଏହି ରାୟ ବିରୋଧରେ ସେ ହାଇକୋର୍ଟରେ ଅପିଲ କରିଥିଲେ ହେଁ ହାଇକୋର୍ଟ ତଳ କୋର୍ଟ ରାୟକୁ କାଏମ ରଖିଥିଲେ। ପୁଣି ସେ ସୁପ୍ରିମକୋର୍ଟରେ ଫେରାଦ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଜେଲ୍‌ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଦେଇ ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟରେ ମାମଲାର ବିଚାର ନହେଲାଯାଏ ତାଙ୍କୁ ଜାମିନ ଦେବାକୁ ସେଠାରେ ନିର୍ଦେଶ ହୋଇଥିବାରୁ ସେ ଆଜି ସ୍ପେସାଲ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। ତେବେ ଜାମିନରେ ପାଇଥିଲେ ମଧ୍ୟ ସଜା ଆଦେଶର ବିଚାର ହେବାକୁ ଥିବାରୁ ସେ ନିର୍ବାଚନରେ ପ୍ରାର୍ଥୀ ହୋଇ ଲଢି ପାରିବେନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button