ଅପରାଧ

ରାସ୍ତାରେ ଯାଉଥିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିରେ ଟଳି ପଡ଼ିଲେ ବିଜେପି ନେତା: ମୃତ ଘୋଷଣା କଲେ ଡାକ୍ତର – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜୈନପୁରରେ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବିଜେପି ନେତାଙ୍କ ନାମ ପ୍ରମ‌ୋଦ କୁମାର ଯାଦବ।

ସୂଚନାଯୋଗ୍ୟ,  ବିଜେପି ନେତା ପ୍ରମୋଦ କୁମାର ଯାଦବ କୌଣସି ଏକ କାମ‌ରେ ଜୈନପୁରର ବକ୍ସି ଥାନାସ୍ଥିତ ବୋଧାପୁର ଛକ ଦେଇ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ ଦେଇଥିଲେ। ପ୍ରମୋଦ କିଛି ବୁଝିବା ପୂର୍ବରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଏହି ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ପ୍ରମୋଦ ଟଳି ପଡ଼ିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ  ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତନାଘନା ଆରମ୍ଭ କରିଛି।

ସୂଚନାଯୋଗ୍ୟ, ପ୍ରମୋଦ ଯାଦବ ୨୦୧୨ର ବିଧାନସଭା ନିର୍ବାଚନରେ ​​ଜୈନପୁରର ମାଲହନି ଆସନରୁ ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କ ପତ୍ନୀ ଜାଗୃତି ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button