ରାଜନୀତି

୭ ଆସନରେ ପ୍ରାର୍ଥୀ ବଦଳିଲେ: ୮ ବିଜେପି ପ୍ରାର୍ଥୀଙ୍କ ନଁା ଘୋଷଣା – Kalinga News

[ad_1]

ଭୁବନେଶ୍ବର: ବିଜେପି ଆଜି ଚତୁର୍ଥ ପର୍ଯ୍ୟାୟରେ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଚମ୍ପୁଆ ଆସନକୁ ଛାଡ଼ି ବାକି ୭ଟି ଆସନରେ ବିଜେପି ପ୍ରାର୍ଥୀ ବଦଳାଇଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କୁ ଦଳ ସେହି ହିନ୍ଦୋଳରେ ପ୍ରାର୍ଥୀ କରିଛି। ଅରିନ୍ଦମ ରୟଙ୍କୁ ବିଜେପି ସାଲେପୁରରୁ ପ୍ରାର୍ଥୀ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ନିକଟରେ ବିଜେପିକୁ ଫେରିଥିବା ବେଳେ ଦଳ ତାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିଛି।

କେବଳ ଏତିକି ନୁହେଁ, ଗତ ଦୁଇଟି ସାଧାରଣ ନିର୍ବାଚନରେ ବିଜେଡିରୁ ଦୁଇଟି ଭିନ୍ନ ଆସନ‌ ବେଗୁନିଆ ଓ ଚିଲିକାରେ ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଖୋର୍ଦ୍ଧାରେ ପ୍ରାର୍ଥୀ କରିଛି। ବାସୁଦେବପୁରରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଯୁବନେତା ବାଣୀକଲ୍ୟାଣ ମହାନ୍ତି, ବସ୍ତାରେ ରବୀନ୍ଦ୍ର ଅଣ୍ଡିଆଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆରେ ପୁଣି ମୁରଲୀ ମନୋହର ଶର୍ମା ପ୍ରାର୍ଥୀ ହୋଇଛନ୍ତି। ତେଲକୋଇରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରେମାନନ୍ଦ ନାଏକ ଟିକେଟ ଅାଶାୟୀ ଥିଲେ ହେଁ ଦଳ ଡା. ଫକୀର ମୋହନ ନାଏକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ମିଶାଇ ବିଜେପି୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବାକି ୭ଟି ଆସନ ଯଥା ଘଷିପୁରା, କଟକ-ବାରବାଟୀ, ବେଗୁନିଆ, ବରୀ, ଭଣ୍ଡାରିପୋଖରୀ, ଭୋଗରାଇ, ନୀଳଗିରିରେ ପ୍ରାର୍ଥୀ ଘୋଷଣା ହେବା ବାକି ଅଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button