ମନୋରଞ୍ଜନ
ଏଡିଟିଂ ଟେବୁଲ୍ରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ – Kalinga News

[ad_1]
୨୦୨୪ର ଅନ୍ୟତମ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ସମସ୍ତ ସୁଟିଂ ଶେଷ ହୋଇଛି। ବିନି ସାମଲ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ। ସାଇଶ୍ରଦ୍ଧା ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ସିନେମାରେ ସିଦ୍ଧାନ୍ତ, ଶ୍ରୀତମ୍, ଜ୍ୟୋତି, ସୂର୍ଯ୍ୟମୟୀ, ଶିବାନୀ, ପ୍ରିୟଙ୍କା, ଅଂଶୁମାନ, କେଦାର ମିଶ୍ର, ଦେବୁ ପଟ୍ଟନାୟକ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଶଙ୍କର ତ୍ରିପାଠୀଙ୍କ କାହାଣୀକୁ ଆଧାର କରି ଏହି ସିନେମାଟି ତିଆରି ହୋଇଛି। ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ନାଟକ ବେଶ୍ ସଫଳ ହେବା ପରେ ଏହାକୁ ଫିଲ୍ମ ରୂପ ଦିଆଯାଇଛି। ମଳୟ ମିଶ୍ର ଏହାର ସଙ୍ଗୀତକାର। ବବି ଇସଲାମ୍ ଏହାର ନୃତ୍ୟ ନିର୍ଦ୍ଦେଶକ। ଏବେ ଫିଲ୍ମର ଏଡିଟିଂ କାମ ଜାରି ରହିଛି।
[ad_2]