ମନୋରଞ୍ଜନ

ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଗଲେ ଜାହ୍ନବୀ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି। ମନ୍ଦିର ଯିବାଠାରୁ ଆରମ୍ଭ କରି ପବରେ ପାର୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁହେଁ ସାଥିରେ ନଜର ଆସନ୍ତି | ହେଲେ ଦୁହେଁ ଏପର୍ଯ୍ୟନ୍ତ ନିଜ ଭିତରେ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି |

ଏମଧ୍ୟରେ ଜାହ୍ନବୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଶିଖରଙ୍କ ନାମ ଲେଖାଥିବା ହାର ପିନ୍ଧି ଫିଲ୍ମର ସ୍କ୍ରିନିଂକୁ ଯାଇଥିବା ଦେଖିବାକୁ ମିଳିଛି। ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ମଇଦାନର ସ୍କ୍ରିନିଂକୁ ବାପା ବୋନି କପୁରଙ୍କ ସହ ଯାଇଥିଲେ ଜାହ୍ନବୀ। ଏହି ସମୟରେ ସେ ପିନ୍ଧିଥିବା ହାର ଉପରକୁ ସମସ୍ତଙ୍କ ନଜର ଯାଇଥିଲା। ହାରରେ ‘ଶିଖୁ’ ଲେଖାଥିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ଜାହ୍ନବୀ ଶିଖରଙ୍କ ଶ୍ରଦ୍ଧାରେ ‘ଶିଖୁ’ ଡାକନ୍ତି। ଏହା ସେ ‘କଫି ଉଇଥ୍ କରଣ’ ସୋ’କୁ ଆସି ଜଣାଇ ସାରିଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଶିଖରଙ୍କ ସହ ସେ ପ୍ରେମ ସମ୍ପର୍କରେ ଥିବା ଏକପ୍ରକାର ସ୍ପଷ୍ଟ କରିଛନ୍ତି।

ଏହା ପୂର୍ବରୁ ଶିଖରଙ୍କୁ ନେଇ ବୋନି କପୁର କହିଥିଲେ ଯେ, “ମୁଁ ତାଙ୍କୁ ବହୁତ ଭଲ ପାଏ | କିଛି ବର୍ଷ ତଳେ ଜାହ୍ନବୀ ତାଙ୍କ ସହ କଥା ହେଉନଥିବା ବେଳେ ବି ମୁଁ ତାଙ୍କ ସହ କଥା ହେଉଥିଲି | ମୁଁ ଜାଣିଥିଲି ଯେ, ଏ ପିଲାଟି କେବେ ବି ଜାହ୍ନବୀଙ୍କ ପୂର୍ବତନ ପ୍ରେମିକ ହୋଇ ରହିବେନି | ସେ ସବୁବେଳେ ପାଖାପାଖି ରହିବେ | ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ପାଇଁ ନିଜ ସାମର୍ଥ୍ୟଠାରୁ ଢେର ଅଧିକ କରନ୍ତି ଏବଂ ପରିବାରର ସମସ୍ତଙ୍କ ପାଇଁ ଚିନ୍ତା କରନ୍ତି ସେ କେବେ ବି ଅଧିକ ସମୟ ଦୂରେଇ ରହିପାରନ୍ତି ନାହିଁ | ତାଙ୍କ ଭଳି ଜଣେ ପିଲା ପାଇ ଆମେ ନିଜକୁ ଧନ୍ୟ ମନେ କରୁଛୁ | ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button