ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୬୨୨ କୋଟି – Kalinga News

[ad_1]
ସବୁଠୁ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୫୦୦ ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୩୯୦ କୋଟିପତି ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସବୁଠାରୁ ଧନୀ ହେଉଛନ୍ତି କଂଗ୍ରେସର ମାଣ୍ଡ୍ୟା ପ୍ରାର୍ଥୀ ଭେଙ୍କଟରମଣେ ଗୌଡ଼ା। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଦ୍ବାରା କରାଯାଇଥିବା ପ୍ରାର୍ଥୀଙ୍କ ସତ୍ୟପାଠର ବିଶ୍ଳେଷଣ ଅନୁଯାୟୀ, ଷ୍ଟାର୍ ଚନ୍ଦ୍ରୁ ନାମରେ ମଧ୍ୟ ପରିଚିତ ଗୌଡ଼ା ୬୨୨ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ନାନ୍ଦେଡ଼ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସବୁଠାରୁ ଗରିବ ପ୍ରାର୍ଥୀ ଲକ୍ଷ୍ମଣ ନାଗୋରାଓ ପାଟିଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୫୦୦ ଟଙ୍କା ବୋଲି ସତ୍ୟପାଠରୁ ଜଣାପଡ଼ିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ଡିଏ ପ୍ରାର୍ଥୀ ଏଚ୍ଡି କୁମାରସ୍ୱାମୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭେଙ୍କଟରମଣେ ଗୌଡ଼ା ୨୧୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୪୧୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି। ଗୌଡାଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ ଇନ୍ଫ୍ରାଟେକ୍ କମ୍ପାନିରେ ୧୭୬.୪୪ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ତାଙ୍କ ପତ୍ନୀ କୁସୁମାଙ୍କର ମୋଟ ୧୮୨.୩୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ବେଙ୍ଗାଲୁରୁ ଗ୍ରାମୀଣ ଆସନରୁ ପୁନର୍ବାର ନିର୍ବାଚନ ଲଢୁଥିବା କଂଗ୍ରେସ ସାଂସଦ ଡିକେ ସୁରେଶ ୫୯୩ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ୱିତୀୟ ଧନୀ ପ୍ରାର୍ଥୀ ହୋଇଛନ୍ତି। ସୁରେଶ ୧୦୬ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୪୮୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସାନ ଭାଇ ସୁରେଶ କର୍ଣ୍ଣାଟକର ସବୁଠାରୁ ଧନୀ ପ୍ରାର୍ଥୀ ଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏଡିଆର ଅନୁଯାୟୀ ତୃତୀୟ ଧନୀ ପ୍ରାର୍ଥୀ ହେଉଛନ୍ତି ମଥୁରା ଲୋକସଭା ଆସନରୁ ହ୍ୟାଟ୍ରିକ୍ ଚାହୁଥିବା ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ହେମା ମାଳିନୀ। ହେମା ୨୭୮ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲଢ଼ୁଥିବା ସବୁଠାରୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତି ମାତ୍ର ୫୦୦ ଟଙ୍କା ରହିଛି। ସ୍ୱାଧୀନ ପ୍ରାର୍ଥୀ ଲକ୍ଷ୍ମଣ ନାଗୋରାଓ ପାଟିଲ ୫୦୦ ଟଙ୍କାର ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି ଏବଂ ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ। ଦ୍ୱିତୀୟ ଗରିବ ପ୍ରାର୍ଥୀ ରାଜେଶ୍ୱରୀ କେଆର୍ କେରଳର କାସରଗୋଦରୁ ନିର୍ବାଚନ ମଇଦାନରେ ଅଛନ୍ତି ଏବଂ ତାଙ୍କର ୧୦୦୦ ଟଙ୍କାର ସମ୍ପତ୍ତି ଘୋଷଣା କରାଯାଇଛି। ଆଡଭୋକେଟ ପୃଥ୍ୱୀ ସମ୍ରାଟ୍ ଦୀପବଂଶ ତୃତୀୟ ଗରିବ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ସମ୍ପତ୍ତି ୧୪୦୦ ଟଙ୍କା ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଅମରାବତୀ (ଏସ୍ସି)ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ଦୀପବଂଶ। ଏହାବ୍ୟତୀତ ୬ ଜଣ ପ୍ରାର୍ଥୀ ଶୂନ ସମ୍ପତ୍ତି ଘୋଷଣା କରିଛନ୍ତି।
[ad_2]