ରାଜନୀତି

ନବୀନ-ପାଣ୍ଡିଆନ୍‌ଙ୍କୁ ନେଇ ପ୍ରଶାନ୍ତଙ୍କ ମନ୍ତବ୍ୟ: ପ୍ରେମ ଏବେ ବି ସରିନି – Kalinga News

[ad_1]

ଖୋର୍ଦ୍ଧା: ଖୋର୍ଦ୍ଧା ଜେଲରୁ ୩ ଦିନିଆ ରିମାଣ୍ଡରେ ବାହାରି ନବୀନ ପଟ୍ଟନାୟକଙ୍କୁ ପ୍ରଶାନ୍ତ ଜଗଦେବ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି। ନବୀନଙ୍କ ତାମିଲ ପ୍ରେମ ଏବେ ବି ଛାଡିନି। ଦଳର ଏତେବଡ ବିପର୍ଯୟ ପରେ ମଧ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାପାଇଁ ନବୀନ ଆଗଭର । ସାଢେ ଚାରିକୋଟି ଓଡ଼ିଆଙ୍କ ମଧ୍ୟରୁ କେହି ଜଣେବି ନବୀନଙ୍କ ଆସ୍ଥା ଭାଜନ ହେଲେନି ଜଣେ ଅଣ ଓଡ଼ିଆ ତାମିଲ ହାତରେ ଓଡିଶାକୁ ଟେକିଦେବାର ଚକ୍ରାନ୍ତକୁ ଓଡିଶା ବାସୀ ପଣ୍ଡ କରିଛନ୍ତି ।

ତେଣୁ ନବୀନ ଓଡ଼ିଆଙ୍କୁ ଧୋକା ଦେଇଥିବାରୁ ତାଙ୍କ ଦେହରେ ନିମକ ହାରାମ ଟ୍ୟାଗ ଲାଗିବ । କିଛି ଏଭଳି ଢଙ୍ଗରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପରେ ବର୍ଷିଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦେବ ।

ମୁଁ ନିର୍ଦୋଷ ,ମତେ ଫସେଇ ଦିଆଯାଇଛି। ଖୋର୍ଦ୍ଧା ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି। ଜୀବନର ଶେଷ ରକ୍ତ ବିନ୍ଦୁ ରହିଥିବା ଯାଏ ଖୋର୍ଦ୍ଧା ଲୋକଙ୍କ ସେବା କରିବି ବୋଲି ପ୍ରଶାନ୍ତ କହିଛନ୍ତି।
ସୂଚନାଯୋଗ୍ୟ, ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫୋନ ହୋଇ ଜେଲରେ ଥିବା ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଆଜି ଖୋର୍ଦ୍ଧା ଜେଲରୁ ବାହାରିବା ବେଳେ ଏଭଳି କିଛି ପ୍ରତିକ୍ରିୟା ଦେବା ସହିତ ଖୋର୍ଦ୍ଧା ବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଆଜି ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଛନ୍ତି । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି ।

ଶନିବାର ଗଣମାଧ୍ୟମ ଆଗରେ ପାଣ୍ଡିଆନ୍‌ଙ୍କୁ ନେଇ ନବୀନ କହିଥିଲେ, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button